Latest Odisha News

BREAKING NEWS

ପାକିସ୍ତାନି ଚ୍ୟାନେଲରେ ହାଇଡ୍ରାମା; ଅପଦସ୍ତ ସୋଏବଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ :ପାକିସ୍ତାନର ଏକ ଚ୍ୟାନେଲରେ ସିଧାପ୍ରସାରଣ ସୋ’ ରେ ଭାଗନେଇ ଅପଦସ୍ତ ହୋଇଛନ୍ତି ପାକିସ୍ତାନ କ୍ରିକେଟର ପୂର୍ବତନ ଖେଳାଳୀ ସୋଏବ ଅଖତବ। ଟି ଟ୍ୱିଣ୍ଟି ବିଶ୍ୱ କପରେ ପାକିସ୍ତାନ ବନାମ ନ୍ୟୁଜଲାଣ୍ଡର ମ୍ୟାଚ ପରେ ଏହି ଚ୍ୟାନେଲରେ ମ୍ୟାଚକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଘଟଣା ଘଟିଛି । ପାକିସ୍ତାନୀ ଚ୍ୟାନେଲ ପି ଟିଭି ସ୍ପୋର୍ଟ୍ସରେ ପାକିସ୍ତାନୀ ବୋଲର ସାହିନ୍ ଆଫ୍ରିଦି ଓ ହ।ରିଶ୍ ରୌଫ୍ ପକିସ୍ତାନ ଦଳରେ ସାମିଲ ହେବାର ଶ୍ରେୟ ଫ୍ରାଞ୍ଚାଇଜ୍ ଲାହୋର କଲନ୍ଦର୍ସର ଏବଂ ଏମାନେ ସଫଳ ହେବା ପଛରେ ପାକିସ୍ତାନ ସୁପରଲିଗ୍ ର ହାତ ରହିଥିବା କଥା ଚର୍ଚ୍ଚା ଭିତରେ ସୋଏବ୍ କହିଥିଲେ।

ଏବଂ ଏହାକୁ ସୋ’ ର ଉପସ୍ଥାପକ ପ୍ରବଳ ମାତ୍ରାରେ ବିରୋଧ କରିଥିଲେ। ଏପରିକି ସୋଏବଙ୍କୁ ସୋ ଛାଡି ଯିବାକୁ ମଧ୍ୟ କହିଥିଲେ । ଫଳରେ ସୋଏବ୍ ଅଖତର୍ ଏବଂ ସୋ ର ଉପସ୍ଥାପକ ନୌମାନ୍ ନିୟାଜ୍ ଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା।ତେବେ ପରିସ୍ଥିତି ଅପ୍ରିତିକର ହେଉଥିବା ଦେଖି ସୋ ର ଉପସ୍ଥାପକ ବିରତି ନେଇଥିଲେ ମଧ୍ୟ ବିରତି ପରେ ସୋଏବ ହଠାତ୍ ପି ଟିଭିକୁ କ୍ଷମା ମାଗି ମୁଁ ଏହି ସୋ’ ରୁ ବିଦାୟ ନେଉଛି କହି ମାଇକ ଫିଙ୍ଗି ଚାଲିଯାଇଥିଲେ।

ସୂଚନା ଅନୁଯାୟୀ ଏହି ସୋ ରେ ସୋଏବଙ୍କ  ବ୍ୟତିତ ପୂୂର୍ବତନ ଖେଳାଳି ଭିଭ୍ ରିଚାର୍ଡସ ,ଡେଭିଡ ଗାୱାର ଓ ସନା ମୀର ପ୍ରମୁଖ ଚର୍ଚ୍ଚାରେ ଭାଗନେଇଥିଲେ।ଏମାନଙ୍କ ସାମ୍ନାରେ ଉପସ୍ଥାପକଙ୍କ ବ୍ୟବହାର ସୋଏବଙ୍କ ହଜମ ହୋଇନଥିଲା। ଏହା ପରେ
ସୋଏବ୍ ନିଜ ଟ୍ୱିଟର ପୃଷ୍ଟାରେ ବିରତି ଭିତରେ ଉପସ୍ଥାପକଙ୍କୁ କ୍ଷମା ମାଗିବା ସତ୍ୱେ ତାଙ୍କ ବ୍ୟବହାର ପରିବର୍ତ୍ତନ ନହେବାରୁ ସେ ସୋ ଛାଡି ଚାଲିଯିବା ପ୍ରକାଶ କରିଥିଲେ।

Leave A Reply

Your email address will not be published.