ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି । ବରଗଡ ଅତାବିରାର ପ୍ରମୋଦ ଗ୍ରେଟ ବ୍ରିଟେନର ଡାନିଏଲ ବାଥେଲଙ୍କୁ ହରାଇ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଂଟନର ଏସଏଲ୩ ବିଭାଗରେ ଏହି ସଫଳତା ହାସଲ କରିଥିଲେ । ସେହିପରି ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା, ରବି ଦାହିୟା ଏବଂ ପିଆର ଶ୍ରୀଜେଶଙ୍କ ସମେତ ମିଥାଲୀ ରାଜ ଓ ସୁନୀଲ ଛେତ୍ରୀଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ସେହିପରିଚ୍ରିକେଟର ଶିଖର ଧାୱନଙ୍କ ସମେତ ୩୫ ଆଥଲେଟଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି ।
ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ଖେଳାଳି: ନୀରଜ ଚୋପ୍ରା (ଆଥଲେଟିକ୍ସ), ରବି ଦାହିୟା (ରେସଲିଂ), ପିଆର ଶ୍ରୀଜେଶ (ହକି), ଲଭଲିନା ବୋରୋଗୋହେନ (ବକ୍ସିଂ), ସୁନୀଲ ଛେତ୍ରୀ (ଫୁଟବଲ), ମିଥାଲୀ ରାଜ (କ୍ରିକେଟ), ପ୍ରମୋଦ ଭଗବତ (ବ୍ୟାଡମିଂଟନ), ସୁମିତ ଅଂଟିଲ (ଜାଭେଲିନ), ଅବନୀ ଲେଖରା (ଶୁଟିଂ), କ୍ରିଷ୍ଣା ନଗର (ବ୍ୟାଡମିଂଟନ) ଓ ଏମ ନରୱାଲ (ଶୁଟିଂ) ।
BREAKING NEWS
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ

Comments are closed.