ପାକିସ୍ତାନ: କ୍ରିକେଟର୍ଙ୍କ ସହ ସେଲ୍ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ’ଣ କରିବେ ଆପଣ ?
ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍ଫି ନେବା ମହଙ୍ଗା ପଡିଛି । ପାକିସ୍ତାନୀ କ୍ରିକେଟର ହେରିସ୍ ରୌଫଙ୍କୁ ପାଖରେ ପାଇଁ ସେ ଏକ ସେଲଫି ନେବାକୁ ଅନୁରୋଧ କରିଥିଲେ । ହେଲେ ପରେ ସେହି ସେଲଫି ତାଙ୍କୁ କୋକୁଆ ଭୟରେ ବଂଚିବାକୁ ବାଧ୍ୟ କରିଛି ।
ହେରିସ୍ ରୌଫଙ୍କ କରୋନା ଟେଷ୍ଟ ପଜିଟିଭ ବାହାରିବା ପରେ ମହମ୍ମଦ ସାହାବଙ୍କ ଖୁସୀ ପାଣିରେ ମିଳେଇଯାଇଥିଲା । ଏପରିକି ନିଜ କଲା କର୍ମର ପଶ୍ଚାତାପ କରି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ବି କରିଛନ୍ତି । ତାଜା ସ୍ଥିତିରେ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସମସ୍ତ ଖେଳାଳିଙ୍କର କରୋନା ଟେଷ୍ଟ କରାଇଥିଲେ । ହେରିସ ରୌଫଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ସେ ଇଂଲଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି ।
ତେବେ ସେଲଫି ନେଇଥିବା କ୍ରିକେଟ୍ ଫ୍ୟାନଙ୍କୁ ହେରିସ୍ ରୌଫ କରୋନା ସଂକ୍ରମିତ ହୋଇଥିବା ଖବର ଗୁଗଲରୁ ମିଳିଥିଲା । ହେରିସଙ୍କର ୬ଥର ଟେଷ୍ଟ ହୋଇଥିଲାବେଳେ ୫ଥର ରିପୋର୍ଟ ପଜିଟିଭ ବାହାରିଥିଲା ।
Comments are closed.