ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍ଲକ୍-୧ ଏବଂ ଅନ୍ଲକ୍-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଅପ୍କମିଂ ଫିଲ୍ମ ‘ବେଲ ବଟମ୍’ର ସୁଟିଂ ଆସନ୍ତା ଅଗଷ୍ଟ ମାସରେ ପୁଣି ଆରମ୍ଭ ହେବାକୁ ଯାଉଛି । ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି, କାମକୁ ଫେରିବାର ସମୟ ଆସିଯାଇଛି। ‘ବେଲ୍ ବଟମ୍’ର ସୁଟିଂ ଆସନ୍ତା ମାସ ଆରମ୍ଭ ହେବାକୁ ଯାଉଛି।” ଏହି ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତା, ଜ୍ୟାକି ଭଗନାନୀ । ଏହାର ନିର୍ଦ୍ଦେଶନା ଦେବେ ରଞ୍ଜିତ ଏମ୍ ତିଓ୍ୱାରୀ। ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ୨ ତାରିଖରେ ରିଲିଜ୍ ହୋଇପାରେ।
BREAKING NEWS
- ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ