Latest Odisha News

BREAKING NEWS

ଏଥର ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ:ଭାରତ ସରକାର ଏବେ ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ୧୦୦ରୁ ଊର୍ଦ୍ଧ୍ୱ ଚୀନ ଆପ୍ ବ୍ୟାନ କରିବା ଏବଂ କମ୍ପାନୀ ଠିକା ରଦ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପଦକ୍ଷେପ ଯୋଗୁ ଚୀନ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛି । ସୁରକ୍ଷା ଏଜେନ୍ସି କନଫୁସସ ସଂସ୍ଥାନର ପ୍ରଭାବ ସମାପ୍ତ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଆଇଆଇଟି, ବିଏଚୟୁ, ଜେଏନୟୁ ସଂସ୍ଥା ସହିତ ଶିକ୍ଷା ମନ୍ତ୍ରଣାଳୟର ହୋଇଥିବା ୫୪ ଏମଓୟୁର ସମୀକ୍ଷା କରାଯିବ । ବର୍ହିବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଜିସିକୁ ଅଧିସୂଚନା ଜାରି କରାଯାଇଛି । ଗୁରଗ୍ରାମର କେୟାର ମଙ୍ଗଳମ୍ ବିଶ୍ୱବିଦ୍ୟାଳୟ, ଜଳନ୍ଧର ଲଭଲି ପ୍ରଫେଶନାଲ ୟୁନିଭରସିଟି, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଭେଲୋର ପ୍ରାଦ୍ୟୋଗିକ ସଂସ୍ଥାନ, ସୋନିପତର ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି, କୋଲକାତାର ସ୍କୁଲ ଅଫ ଚାଇନିଜ ଲାଙ୍ଗୁଏଜ ଏବଂ କୋଏମ୍ବାଟୁରର ଭାରଥୀୟର ବିଶ୍ୱବିଦ୍ୟଳୟ ଓ ଜେଏନୟୁ ସହିତ ଏମଓୟୁ ହୋଇଛି । ଏହାର ପୁର୍ନବିଚାର କରାଯିବ ।

Leave A Reply

Your email address will not be published.