ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଫାଇନାଲ ଲଢେଇ । ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ରାତି ୮ଟା୧୫ ମିନିଟରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଅପରାହ୍ନ ୫ଟା୪୫ରେ ୩ୟ ସ୍ଥାନ ପାଇଁ ଫାଇଟ୍ କରିବେ ଓଡିଆ ପୁଅ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ ଓ ସୁରମା ହକି କ୍ଲବ ।
https://x.com/HockeyIndiaLeag/status/1884945391969243349
ଫାଇନାଲ ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । ଫାଇନାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ରହିଛନ୍ତି ।
ଗତ ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ସେମିରେ ବେଙ୍ଗଲ ସୁଟ୍ ଆଉଟ୍ ରେ ୬-୫ ଗୋଲରେ ତାମିଲନାଡୁ ଡ୍ରାଗନ୍ସକୁ ହରାଇଥିଲା । ସେହିପରୁ ୨ୟସେମିରେ ତୁଫାନ୍ସ ୩-୧ଗୋଲରେ ସୁରମା ହକି କ୍ଲବକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି ।
ଏପଟେ ସୁଟ୍ ଆଉଟ୍ ରେ ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଡ୍ରାଗନ୍ସର ଅଧିନାୟକ ଅମିତ ରୋହିଦାସ । ସେ କହିଛନ୍ତି ,’ଟିଭି ଅମ୍ପାୟରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଆମେ ପରାଜୟ ହୋଇଛୁ । ନହେଲେ ଫଳାଫଳ ଆମ ସପକ୍ଷରେ ଯାଇଥାନ୍ତା ।
Comments are closed.