Latest Odisha News

BREAKING NEWS

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ମଧ୍ୟବିତ୍ତ, ମହିଳା ଓ ଗରିବଙ୍କୁ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଗତ ହେଲା ୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ୍। ଲୋକସଭାରେ ବଜେଟ୍ ଅଭିଭାଷଣ ରଖିଲେ ଅର୍ଥମନ୍ତ୍ରୀ। ଏଥର ଡିଜିଟାଲ ବଜେଟ୍ ଦେଖାଇଲେ ନିର୍ମଳା ସୀତାରମଣ। ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି।

ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ସର୍ବାଧିକ ପ୍ରାଧାନ୍ୟ ମିଳିଛି। ବିଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ଵକୁ ଚକିତ କରିଛି। ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ରହିଛି। ଏହାଦ୍ଵାରା ୧.୭ କୋଟି କୃଷକ ଉପକୃତ ହେବେ।

ଅନ୍ୟପଟେ ବଜେଟ୍ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହୋ ହାଲ୍ଲା କରିଥିଲେ। ବାଚସ୍ପତି ଓମବିର୍ଲା ଅନୁରୋଧ କରିବା ସତ୍ତ୍ବେ ଶୁଣି ନଥିଲେ ବିରୋଧୀ । କୁମ୍ଭମେଳା ଦଳଚକଟାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ।

Comments are closed.