Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଡିଜିଟାଲ୍ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ ।

ପ୍ରବାସୀ ଓଡ଼ିଆଙ୍କ ସହ ଜଡ଼ିତ ରହିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଯାହା ପ୍ରବାସୀ ଓଡ଼ିଆ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ୍ କରିବ । ଦେଶ ତଥା ସାରା ବିଶ୍ୱରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ରାଜ୍ୟ ସରକାର ଓଡ଼଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଉକ୍ତ ନିର୍ଦ୍ଦେଶାଳୟ ପ୍ରବାସୀ ଓଡ଼ିଶାବାସୀଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ଉଦ୍ୟମ କରିବ । ଏହାଛଡ଼ା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପ୍ରଚାର, କର୍ମଜୀବୀ, ଛାତ୍ର, କ୍ଲିୟରାନ୍ସ ଇତ୍ୟାଦି ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ସହ ଇଣ୍ଟରଫେସର ଏକକ ପଏଣ୍ଟ ଭାବେ କାର୍ଯ୍ୟ କରିବ । ବିଦେଶରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ତାଲିକାଭୁକ୍ତ କରାଯିବ ।

Leave A Reply

Your email address will not be published.