ନୂଆଦିଲ୍ଲୀ: ବେଲଫାଷ୍ଟରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ରୋହିତ ଶର୍ମାଙ୍କ ରେକର୍ଡ ଶ୍ରେୟାଶ ଆୟାର ଭାଙ୍ଗିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବଦଳରେ ଶ୍ରେୟାଶ ଭାରତର ନେତୃତ୍ୱ ନେଉଛନ୍ତି । ସର୍ବାଧିକ ଟି୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ସେ ଭାରତୀୟ ଟିମର ନେତୃତ୍ୱ ନେଇଛନ୍ତି । ଏଥିରେ ସେ ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି । ଶ୍ରେୟାଶ ୯୩୬ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।
ରୋହିତ ୮୦ଟି ଟି୨୦ ମ୍ୟାଚରେ ଅଧିନାୟକ ରହିବା ପରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଶ୍ରେୟାଶ ୧୧୪ ମ୍ୟାଚ ପରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି । ଏହି ତାଲିକାରେ ବିରାଟ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ସେ ୭୨ ମ୍ୟାଚ ପରେ ଦଳର ନେତୃତ୍ୱ ନେଇଥିଲେ । କେଏଲ ରାହୁଲ(୪୨) ଓ ରିଷଭ ପନ୍ତ ୩୦ ମ୍ୟାଚ ପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ ।
