Latest Odisha News

BREAKING NEWS

Rairangpur Accident: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବାଇକ୍;୩ ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ରାଇରଙ୍ଗପୁର ଗୋରଡ଼ାପାଣି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ୍ । ଘାଟି ତଳୁ ୩ ମୃତଦେହ ଉଦ୍ଧାର ।

ମୃତକ ତିନିଜଣ ହେଲେ ସୁଦର୍ଶନପୁର ଗ୍ରାପର ସାନଝାରୀ ଗ୍ରାମର ମନଜ ମୁଣ୍ଡା (୩୦), ମନଜ ମୁଣ୍ଡାରୀ(୩୦) ଓ ଦୁଧିଚୁଆ ଗ୍ରାମର ବିରର୍ସିଂ ମୁଣ୍ଡା (୩୦)

ସୂଚନାନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୋରଡ଼ାପାଣି ଗ୍ରାମକୁ ତିନି ଜଣ ଶ୍ରମିକ ଏକ ବିବାହ ଉତ୍ସବ ପାଇଁ ଟେଣ୍ଟ କାର୍ଯ୍ୟ କରିବା ପାଇଁ ଗତକାଲି (ଗୁରୁବାର) ପୂର୍ବାହ୍‌ଣରେ ଯାଇଥିଲେ। ସେଠାରୁ ରାତିରେ ପାହାଡ଼ ଉପରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ତିନି ଜଣ ବାଇକ୍ ସହିତ ପାହାଡ ତଳ ଥିବା ପ୍ରାୟ ୧୫୦ ଫୁଟ ତଳେ ଥିବା ଖାଇରେ ଖସି ପଡ଼ିଥିଲେ। ଆଜି (ଶୁକ୍ରବାର) ଅପରାହ୍ନରେ ଗୋରୁ ଚରାଉଥିବା କିଛି ବ୍ୟକ୍ତି ସେମାନଙ୍କ ମୃତ ଦେହ ଦେଖି ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାତିରେ ଶବଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

Comments are closed.