Latest Odisha News

BREAKING NEWS

ସ୍ପଷ୍ଟ ଭାବେ କହିଲେ ଶ୍ରେୟାଶ, ପରାଜୟ ଭୟ ଛାଡିବାକୁ ହେବ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ସିରିଜ ଟିମ ଇଣ୍ଡିଆ ଅଧିନାୟକ ଶ୍ରେୟାଶ ଆୟାରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ଏହି ଗସ୍ତରେ ଭଲ ପ୍ରଦର୍ଶନ ତାଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ଜିମ୍ବାୱେ ଗସ୍ତ ପୂର୍ବରୁ ସେ ସାଥୀ ଖେଳାଳିଙ୍କୁ ସ୍ପଷ୍ଟ ମେସେଜ ଦେଇଛନ୍ତି । ବିଫଳତା ଓ ପରାଜୟ ଭୟରେ ନ ଖେଳି ସାହସର ସହ ଖେଳିବାକୁ ସେ କହିଛନ୍ତି । ଶ୍ରେୟାଶ ଭାରତୀୟ ଦଳର ଅଧିନାୟକ ହେବା ପରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ଗୋଟିଏ ବି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ । ଆମେ ଆମ ଦୁର୍ବଳତା ଖୋଜି ପାଇଛୁ ।

ଏହାକୁ କିପରି ଦୂର କରିବୁ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁଛୁ । ଇଂଲଣ୍ଡ ଗସ୍ତ ପରେ ଅନେକ ସକାରାତ୍ମକ କଥା ସମ୍ମୁଖକୁ ଆସିଛି । ଜିମ୍ବାୱେ ଗସ୍ତରେ କେତେଜଣ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଇଂଲଣ୍ଡରୁ ସିଧାସଳଖ ଜିମ୍ବାୱେ ପଂହଚି ଗୋଟିଏ ମାତ୍ର ଅଭ୍ୟାସ ମ୍ୟାଚ ପରେ ଆମେ ସିରିଜ ଖେଳିବାକୁ ଯାଉଛୁ । ଏହା ନିଶ୍ଚିତ ଭାବେ ଆମ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ବୋଲି ଆୟାର କହିଛନ୍ତି । ପୂର୍ବ ଗସ୍ତରେ ଫଳାଫଳ ଆମ ପକ୍ଷରେ ନ ଥିଲେ ମଧ୍ୟ ଏଥର କିନ୍ତୁ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.