Latest Odisha News

BREAKING NEWS

ଶ୍ରେୟସ ଆୟରଙ୍କର ଇଂଲଣ୍ଡରେ ସଫଳ ସର୍ଜରୀ; ଖେଳିପାରିବେନି ଡବ୍ଲୁଟିସି ଫାଇନାଲ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟା ସର୍ଜରୀ ସଫଳ ହୋଇଛି। ଲଣ୍ଡନରେ ତାଙ୍କର ସର୍ଜରୀ ହୋଇଛି। ବର୍ତ୍ତମାନ ତାଙ୍କୁ ଦଳକୁ ଫେରିବାକୁ ହେଲେ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ। ଜୁନ ମାସରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ବି ସେ ଖେଳି ନପାରନ୍ତି। ତେବ ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବେ ବୋଲି କୁହାଯାଉଛି।

ଅଣ୍ଟାରେ ଆଘାତ ଲାଗିବା କାରଣରୁ ଶ୍ରେୟସ ଆୟର ଅନେକ ଦିନ ହେଲା ସମସ୍ୟା ଭୋଗୁଥିଲେ। ଅଷ୍ଟ୍ରେଲିଆ ବିରୋଧରେ ନିକଟରେ ଖେଳା ଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଶେଷ ମୁକାବିଲାରେ ଆୟରଙ୍କର ଯନ୍ତ୍ରଣା ବଢ଼ିଯାଇଥିଲା। ଏହାପରେ ତାଙ୍କୁ ଉକ୍ତ ମ୍ୟାଚ୍‌ରୁ ବାହାର କରାଯାଇଥିଲା। ପରେ ଆଇପିଏଲ୍‌ ୧୬ ତମ ସଂସ୍କରଣରୁ ମଧ୍ୟ ସେ ଓହରି ଯାଇଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଗୁରୁବାର ଆୟରଙ୍କ ସର୍ଜରୀ ହୋଇଥିଲା। ଖୁବ୍‌ଶୀଘ୍ର ସେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ସୂଚନା ମିଳିଛି। ତେବେ ଆସନ୍ତା କିଛି ମାସ ତାଙ୍କୁ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ କ୍ରିକେଟ୍ ଖେଳିବାକୁ ଆୟରଙ୍କୁ ୪-୫ ମାସ ସମୟ ଲାଗିବ। ବିଶ୍ୱକପ୍‌ ବେଳକୁ ସେ ଫିଟ୍ ହୋଇଯାଇଥିବେ ବୋଲି କୁହାଯାଉଛି।

Leave A Reply

Your email address will not be published.