ଶ୍ରୀ ଭାଗବତ ସାର ୭୧: ଶ୍ରୀମଦ ଭାଗବତରେ ସ୍ଥାନ ପାଇଛି ପୂଜା ଅର୍ଚ୍ଚନା, ଶ୍ରୀମନ୍ଦିରରେ ପ୍ରଚଳିତ ସଂଗୀତ ଚର୍ଚ୍ଚା ଓ ଦେବଦାସୀ ନୃତ୍ୟ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କାଳରେ ଶ୍ରୀଜଗନ୍ନାଥ ଦାସଙ୍କ ଉପରେ ପରମ ବୈଷ୍ଣବ ଶ୍ରୀ ରାମାନୁଜଙ୍କ ପ୍ରଭାବ ଥିବା ଅନୁମାନ କରାଯାଇଛି। ଶ୍ରୀ ରାମାନୁଜ ଦକ୍ଷିଣ ଭାରତରେ ଚଉଦଟି ବିଷ୍ଣୁ ମନ୍ଦିରର ତତ୍ୱାବଧାରକ ଥିଲେ। ସେଠାରେ ପୂଜା ଅର୍ଚନା ସାହିତ ନିଜ ରଚିତ ଦିବ୍ୟ ପ୍ରବନ୍ଧ ଆବୃତ୍ତି, ଚର୍ଚ୍ଚା, ଗାନ ଇତ୍ୟାଦିର ବ୍ୟବସ୍ଥା କରାଇଥିଲେ। ଏହାକୁ ଅନୁସରଣ କରି ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଲେ
ମୋର ପ୍ରତିମା କରି ବେଶ।
ଦୃଢ଼ ମନ୍ଦିରେ ଦେଇ ବାସ।।
ସୁଗନ୍ଧ ପୁଷ୍ପ ଉପବନ।
ନାନା ପ୍ରକାରେ କ୍ରୀଡା ସ୍ଥାନ।।
ମୋହର ଉତ୍ସବ ସମସ୍ତ।
. କରିବ ଶକ୍ୟ ଅନୁମତି।।
ମୋର ଉତ୍ସବ ପର୍ବା ପର୍ବେ।
ଭାବେ ପୂଜିବ ନାନା ଦ୍ର6ବ୍ୟ।।
ଏମନ୍ତ ପୂଜି ବହୁବିଧେ।
ବଞ୍ଚିବ ଉତ୍ସବ ଆନନ୍ଦେ।।
ଏଥି ସହିତ ଶ୍ରୀମନ୍ଦିରରେ ଚାଲୁଥିବା ସମସ୍ତ ଵିଧି ବିଧାନ ରୀତିନୀତି ମଧ୍ୟ ନିଜ ରଚନାରେ ସ୍ଥାନ ଦେଇଛନ୍ତି, ପୂଜା ଅର୍ଚ୍ଚନା ସହିତ ଶ୍ରୀମନ୍ଦିରରେ ପ୍ରଚଳିତ ସଂଗୀତ ଚର୍ଚ୍ଚା ଓ ଦେବଦାସୀ ନୃତ୍ୟ ମଧ୍ୟ ଶ୍ରୀମଦ ଭାଗବତରେ ସ୍ଥାନ ପାଇଛି
ଅନ୍ନବ୍ୟଞ୍ଜନ ନାନା ପାକ।
ପିଷ୍ଟ ପ୍ରପାନ ଶୂପ ଶାକ।।
କ୍ଷୀର ବିକାର ଯେତେ ମିଳେ।
ସୁଗନ୍ଧ ସୁଶୀତଳ ଜଳେ।।
ବିଭବ କ୍ରମେ ମିଳେ ଯେତେ।
ଥୋଇବ ମୋହର ଅଗ୍ରତେ।।
ଆନନ୍ଦେ ମୋର ପୂଜା ସାରି।
ପ୍ରମୋଦ ନୃତ୍ୟ ଗୀତ କରି।।
ଏହାମଧ୍ୟ ପଢନ୍ତୁhttps://odishasambad.in/shrimad-bhagwat-katha-70-how-is-the-odia-bhagwat-composed/
ଶ୍ରୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସେଥିପାଇଁ ସଂସ୍କୃତ ବା ମୂଳ ଭାଗବତଙ୍କର ସମ୍ପୂର୍ଣ୍ଣ ଅକ୍ଷରିକ ଅନୁବାଦ ନୁହେଁ, ଏହା ବିଭିନ୍ନ ତତ୍ୱ ସହିତ ଓଡ଼ିଆ ଜନ ଜୀବନ ଓ ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥଙ୍କ ସେଵା ପୂଜା ପ୍ରତି ଧ୍ୟାନ ଦେଇ ରଚିତ ହୋଇଛି। ସେଥିପାଇଁ ଏହା ଓଡିଶାର ପୁର ପଲ୍ଲୀରେ ଅତ୍ୟନ୍ତ ଆଦର ଲାଭ କରିଛି। ଆସନ୍ତୁ ଆମେ ମଧ୍ୟ ଆଦରରେ ଆରାଧନା କରିବା ଆଉ ପବିତ୍ର ଭାଗବତଙ୍କୁ ଧ୍ୟାନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.