Latest Odisha News

BREAKING NEWS

ରିୟାଙ୍କ ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚା; ଭଉଣୀ କହିଲେ ଏହା ସୁଶାନ୍ତଙ୍କ ପାଇଁ ଅପମାନ!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏଭଳି ସମୟରେ ଏକ ଘରୋଇ ଟିଭି ଚାନେଲ୍ ରିୟାଙ୍କ ଇଣ୍ଟରଭ୍ୟୁ ନେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଲୋକେ ।

ଏସମ୍ପର୍କରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, “ଏକ ଘରୋଇ ଚାନେଲରେ ଦୁଇ ଘଣ୍ଟା ରିୟାଙ୍କ ଇଣ୍ଟରଭ୍ୟୁ ପ୍ରସାରିତ କରିବାର ଯୋଜନା ହେଉଛି । ଯଦି ଏମିତି ହୁଏ ତାହେଲେ ଅପରାଧି ମାନେ ସଫଳ ହୋଇଯିବେ । ଆଉ ଏହା ୧୩୦ କୋଟି ଭାରତୀୟଙ୍କ ମୁହଁରେ ଏକ ଚାପୁଡା ଭଳି ହେବ” ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ “ଭାରତ ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡିବ ଯେ ପ୍ରାଇମ୍ ଆକ୍ୟୁଜଡ (ମୁଖ୍ୟ ଅଭିଯୁକ୍ତ) ଏଭଳି ଇଣ୍ଟରଭ୍ୟୁ ଦେବା ପାଇଁ ନଯାଆନ୍ତୁ । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଅଭିଯୁକ୍ତଙ୍କୁ ତୁରନ୍ତ ହେପାଜତରେ ନେବା ଉଚିତ୍‌! ଏହି ସାକ୍ଷାତକାରକୁ ବ୍ୟାନ୍ କରାଯିବା ଉଚିତ୍‌” ।

ଉଲ୍ଲେଖଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.