Latest Odisha News

BREAKING NEWS

ସୁଶାନ୍ତ କେସ୍‌: ସିବିଆଇ ନିକଟରେ ୨ଟି ପ୍ରଶ୍ନର ଉତ୍ତର ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ କେସରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି । ତେବେ ୨ଟି ପ୍ରଶ୍ନର ଉତର ସିବିଆଇ ପାଉ ନ ଥିବାରୁ ତଦନ୍ତ ଆଗକୁ ବଢ଼ି ପାରୁ ନାହିଁ । ଏହି ରହସ୍ୟ ଉଜାଗର କରିବା ସିବିଆଇ ପାଇଁ ଜରୁରୀ ହୋଇ ପଡିଛି । ଆସନ୍ତୁ ଜାଣିବା ସେ ୨ଟି ପ୍ରଶ୍ନ କଣ ?
୧. ସୁଶାନ୍ତଙ୍କୁ ଝୁଲୁଥିବା ଅବସ୍ଥାରେ ପ୍ରଥମେ କିଏ ଦେଖିଥିଲା ?
ଘଟଣା ଦିନ ସୁଶାନ୍ତଙ୍କ ବ୍ୟତୀତ ଆଉ ୪ଜଣ ବ୍ୟକ୍ତି ଥିଲେ । ୩ଜଣ ଷ୍ଟାଫ ଓ ବନ୍ଧୁ ସିଦ୍ଧାର୍ଥ ପିଠାନୀ । ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ବୟାନରେ ତାଳମେଳ ରହୁନି । ସେମାନେ ହେଲେ ରୋଷେୟା ନୀରଜ ଓ ସିଦ୍ଧାର୍ଥ । ନୀରଜ ସୁଶାନ୍ତଙ୍କୁ ଜୁସ୍ ଦେବା ପରେ ସେ କବାଟ ବନ୍ଦ କରିଥିଲେ । ନୀରଜ ତାଙ୍କ ରୁମକୁ ଯାଇଥିଲେ ।

୨.ସୁଶାନ୍ତ ମୃତ୍ୟୁବରଣ କରିଥିବା ପ୍ରଥମେ କିଏ ସ୍ପଷ୍ଟ କଲା ?
ପଚରାଉଚରାରୁ ଜଣାପଡିଛି ନୀରଜ ଖାଇବା ପାଇଁ ଡାକିବାକୁ ସୁଶାନ୍ତ କବାଟ ବାଡେଇଥିଲା । ସେ ଖୋଲି ନ ଥିଲେ । ସେ ସମୟରେ ସେଠାରେ ସିଦ୍ଧାର୍ଥ ଓ ଦୀପେଶ ଥିଲେ । ସିଦ୍ଧାର୍ଥ ଚାବି ଖୋଲିବା ପାଇଁ ମେକାନିକକୁ ଡାକିଥିଲେ । ସମ୍ପୂର୍ଣ୍ଣ ଘଟଣାରେ ସିଦ୍ଧାର୍ଥ ମୁଖ୍ୟ ସାକ୍ଷୀ । ସେ ସୁଶାନ୍ତଙ୍କ ଘରେ ରହୁଥିଲା । ଏହି ୨ଟି ଉତର ପାଇଲେ ସିବିଆକୁ କେସ୍ ସମାଧାନ କରିବା ରାସ୍ତା ମିଳିଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.