Latest Odisha News

BREAKING NEWS

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନୀ ଏସ୍‌ଏମ୍‌ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ଏହି କାରଖାନାର ସ୍ଥାପିତ କ୍ଷମତା ହେଉଛି ବାର୍ଷିକ ୧୮,୦୦୦ ଟନ୍ (ଟିପିଏ) ଓ ୬ରୁ ୪୦ ମାଇକ୍ରୋନର ପ୍ରିମିୟମ ମାନର ଫଏଲ୍ ଉତ୍ପାଦନ କରିବା।

କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହାର ଆଲୁମିନିୟମ ଫ୍ଲାଟ୍ ରୋଲ୍‌ଡ ପ୍ରଡକ୍ଟସ୍ (ଏଫ୍‌ଆର୍‌ପି) ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ୨୦୨୬ ସେପ୍ଟେମ୍ବରରେ ବାଣିଜ୍ୟିକ ଶୁଭାରମ୍ଭ ହେବ। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ କ୍ଷେତ୍ରରେ କମ୍ପାନୀର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଏଫଆର୍‌ପି ସେକ୍ସନ୍‌ର ସ୍ଥାପିତ କ୍ଷମତା ହେଉଛି ୬୦,୦୦୦ ଟିପିଏ ଏବଂ ସେଥିରେ ୦.୩ରୁ ୪.୦ ଏମ୍‌ଏମ୍ ମୋଟେଇର ଉତ୍ପାଦ ଉତ୍ପାଦନ କରାଯିବ। କମ୍ପାନୀ ପକ୍ଷରୁ ସମ୍ବଲପୁର କାରଖାନାରେ ୮୦୦ କୋଟି ଟଙ୍କା ନିବେଶ କରାଯାଉଛି।

ମୂଲ୍ୟଯୁକ୍ତ ଓ ଆନୁଷଙ୍ଗିକ ଉତ୍ପାଦ କ୍ଷେତ୍ରରେ ପ୍ରବେଶ କରିବା ଏସ୍‌ଏମ୍‌ଇଏଲ୍‌ର ଉତ୍ପାଦ ବିବିଧକରଣ ରଣନୀତିରେ ଏକ ପ୍ରମୁଖ ପଦକ୍ଷେପ। ଏହା ଦେଶରେ ସୂକ୍ଷ୍ମ ଓ ଉଚ୍ଚ ମାନର ଉପକରଣର ଆବଶ୍ୟକତା ପୂରଣ କରିବା ସହିତ ଆମଦାନି ନିର୍ଭରଶୀଳତା ହ୍ରାସ କରିବ ଏବଂ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଭାରତର ଆତ୍ମନିର୍ଭର ଅଭିଯାନକୁ ସୁଦୃଢ଼ କରିବ। ଯୋଜନା ଅନୁସାରେ ଆଲୁମିନିୟମ ଫଏଲ୍ ଓ ଏଫ୍‌ଆର୍‌ପି କାରଖାନାର ଶୁଭାରମ୍ଭ ହେବା ଦ୍ୱାରା ଏସଏମଇଏଲ୍‌ର ପରିଚାଳନା ମାର୍ଜିନ ୪୦-୫୦% ପ୍ରତିଶତ ବଢ଼ିବା ଆଶା କରାଯାଉଛି। ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ବିତରଣ ଓ ଉପସ୍ଥିତି
ଜରିଆରେ ଏହା କମ୍ପାନିର ଟପ୍‌ଲାଇନ୍‌ରେ ଅଢ଼େଇ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିବ।

ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ, “ଏକ ବିଶ୍ୱସ୍ତରୀୟ ଆନୁଷଙ୍ଗିକ ଆଲୁମିନିୟମ ବ୍ୟବସ୍ଥା ଗଠନ କରିବା ଦିଗରେ ଆମ ସମ୍ବଲପୁର କାରଖାନାରେ ବାଣିଜ୍ୟିକ ଫଏଲ୍ ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଚ୍ଚ ମାନର, ସ୍ୱତନ୍ତ୍ର ଉତ୍ପାଦ ପ୍ରଦାନ କରି ଉଚ୍ଚ ଅଭିବୃଦ୍ଧି ଅର୍ଥନୈତିକ କ୍ଷେତ୍ରକୁ ସେବା ପ୍ରଦାନ କରିବା ପାଇଁ ଆମେ ଭଲ ସ୍ଥିତିରେ ରହିଛୁ, ଯାହା ରାଜସ୍ୱର ନୂଆ ଉତ୍ସ ସୃଷ୍ଟି କରିବ ଏବଂ ସମାନ ଭାବେ ଓଡ଼ିଶାରେ ସ୍ଥାନୀୟ ସାମାଜିକ-ଅର୍ଥନୈତିକ ଓ ନିଯୁକ୍ତି ଅଭିବୃଦ୍ଧିକୁ ବଢ଼ାଇବ। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ଫ୍ଲାଟ୍ ରୋଲ୍‌ଡ ପ୍ରଡକ୍ଟସ୍‌ର ଶୁଭାରମ୍ଭ ସହ ଆମେ ଆମ ପରିସଂସ୍ଥାକୁ ସମ୍ପୂର୍ଣ୍ଣ କରିବାକୁ ଚାହିରହିଛୁ ।”

Leave A Reply

Your email address will not be published.