Latest Odisha News

BREAKING NEWS

ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ସୁଦ୍ଧା ୧କୋଟି ୪୫ଲକ୍ଷ ଲୋକ ପ୍ରାଣ ହରାଇ ପାରନ୍ତି: WEF ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୈତିକ ଫୋରମ୍ ବା WEF ଜଳବାୟୁ ପରିବର୍ତ୍ତନ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଜଳବାୟୁ ସଙ୍କଟ କାରଣରୁ ୨୦୫୦ସୁଦ୍ଧା ବିଶ୍ୱର ୧କୋଟି ୪୫ଲକ୍ଷ ଲୋକଙ୍କ ଜୀବନ ଯାଇପାରେ । ଏଥିସହ ବିଶ୍ୱରେ ୧୨.୫ ଟ୍ରିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହେବା ନେଇ ଆକଳନ କରିଛି।

WEF କହିଛି ଯେ ଏହାକୁ ମୁକାବିଲା କରିବା ଏବଂ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଦିଗରେ ନିର୍ଣ୍ଣାୟକ ଏବଂ ରଣନୀତିକ ପଦକ୍ଷେପ ନେବାକୁ ସମୟ ଆସିଛି । ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର ମୁଖ୍ୟ ତଥା WEFର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଶ୍ୟାମ ବିଶ୍ୱେନ କହିଛନ୍ତି, ଏହାଉପରେ ବିଶ୍ୱସ୍ତରୀୟ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ସଙ୍କଟ ହେତୁ ୨୦୫୦ ସୁଦ୍ଧା ବନ୍ୟା ହେତୁ ସମଗ୍ର ବିଶ୍ୱରେ ୮୫ ଲକ୍ଷ ଓ ମରୁଡ଼ି ହେତୁ ୩୨ ଲକ୍ଷ ଲୋକ ପ୍ରାଣ ହରାଇ ପାରନ୍ତି। ହିଟୱେଭ ଯୋଗୁଁ ୭.୧ଟ୍ରିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ହୋଇପାରେ ।ସେହିପରି ୫୦୦ ନିୟୁତ ଲୋକ ଜଳବାୟୁ ପରିବର୍ତ୍ତନ ପରେ ହେଉଥିବା ରୋଗର ଶିକାର ହୋଇପାରନ୍ତି ।

ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତର ସଫଳ ଡିଜିଟାଲ ଜନସାଧାରଣ ଭିତ୍ତିଭୂମି (DPI) ଅନ୍ୟ ଦେଶ ପାଇଁ ସହାୟକ ହୋଇପାରେ। ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ହାସଲ କରିବାରେ ଅନ୍ୟ ଦେଶମାନେ ଭାରତର DPI ମଡେଲରୁ ଶିକ୍ଷା ଲାଭ କରିବେ । WEF ବାର୍ଷିକ ବୈଠକରେ ଫାଉଣ୍ଡେସନର ସଭାପତି ଖ୍ରୀଷ୍ଟୋଫର ଜୋ ଏଲିୟ କହିଛନ୍ତି, ଆର୍ଥିକ ସେବା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଅଗ୍ରଗତି ଆଣିବାରେ ଭାରତର ଜନସାଧାରଣ ଡିଜିଟାଲ୍ ଭିତ୍ତିଭୂମି ବହୁତ ସାହାଯ୍ୟ କରିଛି । ଏହା ବିଶ୍ୱ ପାଇଁ ଏକ ଭଲ ମଡେଲ୍ ହୋଇପାରେ । ଭବିଷ୍ୟତରେ ମହାମାରୀ ପାଇଁ ବିଶ୍ୱ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ ବୋଲି ସେ କହିଛନ୍ତି। ବିଶ୍ୱ ମହାମାରୀ ପାଣ୍ଠିରେ ଯୋଗଦାନ ଦେଇଥିବାରୁ ଭାରତ ଏବଂ ଅନ୍ୟ ଦେଶକୁ ପ୍ରଶଂସା କରି ସେ କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି।

 

 

Leave A Reply

Your email address will not be published.