ଏଲୋବେରା ବା ଘିକୁଁଆରୀ । କୌଣସି ସୁପର୍ ଫୁଡ୍ରୁ କମ ନୁହେଁ । ଚୁଟିର ଚମକ ବଢାଇବା ହେଉ ବା ତ୍ୱଚାର ସୌନ୍ଦର୍ଯ୍ୟ ବା ହେଉ ଶରୀର ସୁସ୍ଥତା, ସବୁଥି ପାଇଁ ଖୋଜା ପଡେ ଏଲୋଭେରା । ସୁସ୍ଥ ଓ ନୀରୋଗ ଶରୀର ପାଇଁ ଏହାକୁ ଜୁସ କରି ପିଆଯାଇଥାଏ । ଔଷଧ ଭଳି କାମ କରୁଥିବା ଏଲୋବେରାର ଗଛ ପ୍ରତି ଘରେ ଦେଖିବାକୁ ମିଳେ । ଏମିତି କି କସମେଟିକ୍ସ ଇଣ୍ଡଷ୍ଟ୍ରି ମଧ୍ୟ ଏଲୋବେରା ପ୍ରଡକ୍ଟ ବିକ୍ରି କରିଥାଏ । ତେବେ ଜାଣନ୍ତି, ଏତେ ସବୁ ଗୁଣରେ ଭର୍ତ୍ତି ଏଲୋବେରାର ବି ରହିଛି ଖରାପ ପ୍ରଭାବ । କେତେକ କ୍ଷେତ୍ରରେ ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଆସନ୍ତୁ ଜାଣିବା ଶରୀରକୁ କି ପ୍ରକାରର କ୍ଷତି ପହଞ୍ଚାଇ ଥାଏ ଏଲୋବେରା ।
-ଏଲୋବେରା ତ୍ୱଚା ପାଇଁ ଲାଭ ଦାୟକ ହୋଇଥିଲେ ହେଁ, ଯଦି ଏହାକୁ ପୁରା ମୁଳରୁ ଛିଣ୍ଡାଇ ସଙ୍ଗେ ସଙ୍ଗେ ବ୍ୟବହାର କଲେ ଶରୀରରେ ଆଲର୍ଜି ଦେଖାଯାଇଥାଏ । ଆଲର୍ଜି, ସ୍କିନ ରାସେସ୍, ଆଖି ନାଲି ପଡିବା, ପୋଡିବା କିମ୍ୱା କୁଣ୍ଡେଇ ହେବା ଆଦି ଦେଖାଯାଇଥାଏ ।
-ଏଲୋଭେରା ଖାଇଲେ ପେଟ ସମସ୍ୟା ହୋଇପାରେ । ଏଲୋବେରାର ପତ୍ରରେ ଲାଟେକ୍ସ ରହିଥାଏ, ଯାହାକି ଗଛର ସବୁଠାରୁ ତଳ ଅଂଶରେ ହଳଦିଆ ରଙ୍ଗରେ ରହିଥାଏ । କେତେକ ଲାଟେକ୍ସ ଆଲର୍ଜିକ ହୋଇଥାଏ । ଯାହା କାରଣରୁ ପେଟ ଦରଜ ବା ମୋଡି ହୋଇଥାଏ । ଯଦି ଆପଣ ଏଲୋବେରାକୁ ସିଧାସଳଖ ମୂଳରୁ ଛିଣ୍ଡାଇ ଖାଉଛନ୍ତି, ତେବେ ପେଟ ପୋଡିବା, ମୋଡି ହେବା ସହ ପୋଟାସିୟମର ମାତ୍ରା କମିଯାଇଥାଏ ।
– ଏଲୋବେରା ଜୁସ ଅତ୍ୟଧିକ ସେବନ ଡିହାଇଡ୍ରେସନ ଅର୍ଥାତ ଶରୀରରେ ପାଣିର ସମସ୍ୟା ସୃଷ୍ଟି ହୋଇପାରେ । ଶରୀରରେ ଇଲେକ୍ଚ୍ରୋଲାଇଡ ବାଲାନ୍ସ ବିଗିଡି ଯାଇଥାଏ ଏବଂ ଡିହାଇଡ୍ରେସନ ହୋଇପାରେ । ଏଲୋବେରା ଜୁସର ଅଧିକ ସେବନ ଡାଇରିଆ ଡାଇରିଆ ଆଶଙ୍କା ସୃଷ୍ଟି କରିଥାଏ ।
– ଶରୀରର ବ୍ଲଡ ସୁଗାର ସ୍ତର କମାଇବାରେ ସାହାଯ୍ୟ କରେ ଏଲୋବେରା । ଡାଇବେଟିସ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । କିନ୍ତୁ ଲୋ ସୁଗାର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଏହା ଆପଣଙ୍କ ଶରୀରରେ ଇଲେକ୍ଟ୍ରୋଲାଇଡର ସନ୍ତୁଳନ ବିଗାଡି ପାରେ । ଯଦି ଆପଣ ଡାଇବେଟିସ ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଏଲୋବେରା ଜୁସ ପିଆନ୍ତୁ ।
– ଏଲୋବେରାରେ ବାୟୋ ଏକ୍ଟିଭ କମ୍ପୋନେଣ୍ଟସ ରହିଥାଏ । ଯାହା ଲିଭରର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ।
-ଗର୍ଭାବସ୍ଥା କିମ୍ୱା ସ୍ତନ୍ୟପାନ ସମୟରେ ମହିଳା ଏଲୋବେରା ଠାରୁ ଦୂରରେ ରହିବା ଉଚିତ୍ । ଏଲୋବେରାରେ ତ୍ୱଚା ସଂଙ୍କୁଚିତ କରିବାର ଗୁଣ ଥାଏ । ଗର୍ଭାବସ୍ଥାରେ ଏଲୋବେରା ଖାଇବା ଦ୍ୱାରା ପ୍ରସବ ସମୟରେ ବହୁ ଅସୁବିଧା ସୃଷ୍ଟି କରିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଏଲୋବେରା ସେବନ କରିବା ଉଚିତ୍ ।
Comments are closed.