Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବ ଖୁସି, ପୁଣି ମା ହେବାକୁ ଯାଉଛନ୍ତି ସିଦ୍ଧୁଙ୍କ ମା’

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ଘରକୁ ଆସିବେ ନୂଆଁ ଅତିଥି । ପୁଣି ମା’ ହେବାକୁ ଯାଉଛନ୍ତି ସିଦ୍ଧୁ ମୁସେୱାଲଙ୍କ ମା’ ଚରଣ କୌର ସିଂହ । ଆଇଭିଏଫ ଜ୍ଞାନକୌଶଳରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି ସିଦ୍ଧୁ ମୁସେୱାଲାଙ୍କ ମାଆ । ମାର୍ଚ୍ଚରେ କୁନି ଅତିଥି ଆସିବା ନେଇ ଚର୍ଚ୍ଚା ହେଉଛି । ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ । ସେମାନଙ୍କ କହିବା କଥା ଲୋକପ୍ରୀୟ ଗାୟକ ସିଦ୍ଧୁ ମୁସେୱାଲ ପୁଣି ଥରେ ତାଙ୍କ ମାଆଙ୍କ କୋଳରେ ଜନ୍ମ ନେଇଛନ୍ତି । ହେଲେ ଏପର୍ଯନ୍ତ ଗାୟକଙ୍କ ମାଅ, ବାପା ଏନେଇ କୌଣସି ସୂଚନା ଦେଇ ନାହାଁନ୍ତି ।

ସିଦ୍ଧୁ ମୁସେୱାଲା ତାଙ୍କ ମାଆ ବାପାଙ୍କ ଗୋଟିଏ ପୁଅ ଥିଲେ । ଗାୟକ ସିଦ୍ଧୁଙ୍କ ମୃତ୍ୟୁ ପରେ ବାପା, ମାଆଙ୍କୁ ଗଭୀର ଆଘାତ ଲାଗିଥିଲା । ଏହି ଦୁଃଖରୁ ପରିବାର ସଦସ୍ୟ କେହି ବି ବାହାରି ପାରିନାହାଁନ୍ତି । ଏହି ସମୟରେ ସିଦ୍ଧୁ ମୁସେୱାଲାଙ୍କ ମାଆ ଦ୍ୱିତୀୟ ସନ୍ତାନ ଜନ୍ମ ଦେବା ଖବର ଚର୍ଚ୍ଚାକୁ ଆସିଛି । ୨୦୨୨ରେ ସିଦ୍ଧୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ସିଦ୍ଧୁଙ୍କ ପରିବାର କି ତାଙ୍କ ଫ୍ୟାନ୍ସଙ୍କ ମନରୁ ଏପର୍ଯ୍ୟନ୍ତ ଲିଭି ନାହିଁ । ଏହି ସମୟରେ ଖୁସି ଖବର ଫ୍ୟାନ୍ସଙ୍କ ଖୁସିର ଖୋରକ ଯୋଗେଇଛି ।

୧୯୯୩ ମସିହା ୧୭ ଜୁନରେ ସିଦ୍ଧୁ ମୁସେୱାଲାଙ୍କ ଜନ୍ମ ହୋଇଥିଲା । ତାଙ୍କ ପ୍ରକୃତ ନାଁ ଶୁଭଦୀପ ସିଂହ ସିଦ୍ଧୁ ଥିଲା । ହେଲେ ଲୋକ ତାଙ୍କୁ ସିଦ୍ଧୁ ମୁସେୱାଲାଙ୍କ ନାଁରେ ଜାଣିଥିଲେ । ବହୁତ କମ୍ ସମୟରେ ଲୋକଙ୍କ ହୃଦୟରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ ସିଦ୍ଧୁ । ସେ ଅନେକ ହିଟ୍ ଗୀତ ଗାଉଥିଲେ ମଧ୍ୟ ତାଙ୍କୁ ଗ୍ୟାଙ୍ଗଷ୍ଟାର ରାପ ଗୀତ ପାଇଁ ବେଶ ପରିଚିତ ଥିଲେ ।

 

Leave A Reply

Your email address will not be published.