Latest Odisha News

BREAKING NEWS

ରଣଜୀ ଟ୍ରଫି: ୭୮ ବର୍ଷ ଇତିହାସରେ ୧୦ମ, ୧୧ତମ ଖେଳାଳି ଭାବେ ଶତକ ହାସଲ କଲେ ତନୂଷ,ତୁଷାର

ମୁମ୍ବାଇ:ରଣଜୀ ଟ୍ରଫି କ୍ରିକେଟରେ ମୁମ୍ବାଇର ବ୍ୟାଟ୍ସମ୍ୟାନ ତୁଷାର ଦେଶପାଣ୍ଡେ ଓ ତନୂଷ କୋଟିୟାନ ଇତିହାସ ରଚିଛନ୍ତି । ୧୦ମ ଏବଂ ୧୧ତମ ଖେଳାଳି ଭାବେ ସେମାନେ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ବରୋଦା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ସେମାନଙ୍କ ଇନିଂସ ବଳରେ ମୁମ୍ବାଇ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ସେମିଫାଇନାଲରେ ପ୍ରବେଶ କରିଛି । ମୁମ୍ବାଇ ପ୍ରଥମ ଇନିଂସରେ ୩୮୪ ରନ କରିଥିଲା । ଜବାବରେ ବରୋଦା ୩୪୮ ରନ କରିବା ଫଳରେ ମୁମ୍ବାଇକୁ ୩୬ ରନର ଅଗ୍ରଣୀ ମିଳିଥିଲା । ଦ୍ୱିତୀୟ ଇନିଂସରେ ମୁମ୍ବାଇ ତନୂଷ ଓ ତୁଷାରଙ୍କ ଶତକ ସହାୟତାରେ ୫୬୯ ରନ କରିଥିଲା ।

୬୦୬ ରନର ଟାର୍ଗେଟକୁ ପିଛା କରି ବରୋଦା ୩ ୱିକେଟ ବିନିମୟରେ ୧୨୧ ରନ କରିଥିବା ବେଳେ ମ୍ୟାଚ ଡ୍ରରେ ସମାପ୍ତ ହୋଇଥିଲା । ତନୂଷ ଓ ତୁଷାର ୧୦ମ ୱିକେଟରେ ୨୩୨ ରନ ସଂଗ୍ରହ କରିଥିଲେ । ତନୂଷ ୧୨୯ ବଲରେ ୧୨୦ ଓ ତୁଷାର ୧୨୯ ବଲରେ ୧୨୩ ରନ କରି ଆଉଟ ହୋଇଥିଲେ । ତେବେ ପାର୍ଟନରଶିପରେ ଚନ୍ଦୁ ସରବଟେ ଓ ଶୁତେ ବାନାର୍ଜୀଙ୍କ ୧୦ମ ୱିକେଟରେ ୨୪୯ ରନର ରେକର୍ଡ ଭାଙ୍ଗି ପାରି ନାହାନ୍ତି ।

Leave A Reply

Your email address will not be published.