Latest Odisha News

BREAKING NEWS

ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା

ପୁରୀ : ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପା ଛାଉଣୀ କରାଯାଇଥିଲା । କବାଟ କାମ ସରିବା ପରେ ରୂପା ଛାଉଣୀ ହୋଇଥିଲା । କବାଟ ଓ ରୂପା ଛାଉଣୀା ତତ୍ତ୍ବାବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି । ମୂଳ ଦ୍ବାରର ଡିଜାଇନ୍ ଅକ୍ଷୂର୍ଣ୍ଣ ରହିବା ସହ ଉତ୍କଳୀୟ କଳା ସ୍ଥାପତ୍ୟର ଡିଜାଇନ୍ ମଧ୍ୟ ସ୍ଥାନ ପାଇଛି । ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୂପା ଦାନସୂତ୍ରରେ ଯୋଗାଇଛନ୍ତି। । ରୂପାଦ୍ବାର ଛାଉଣୀ ପାଇଁ ୧୩୪୫ କେଜି ରୂପା ଦାନସୂତ୍ରରେ ମିଳିଛି । ଏଥିପାଇଁ ପ୍ରାୟ ୨ ଟନ ରୂପା ବ୍ୟବହୃତ ହେବ । ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ବ ଦେବାଦେବୀ ମନ୍ଦିରର ରୂପା ଛାଉଣୀ କରାଯିବ ।

Leave A Reply

Your email address will not be published.