Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏବେ ବି ନିର୍ବାଚନୀ ହିଂସା ଜାରୀ ରହିଛି । ଶନିବାର ତୃଣମୂଳ କଂଗ୍ରେସର ରଣଜୟ କୁମାର ଶ୍ରୀବାସ୍ତବଙ୍କୁ ଟିଟାଗଡରେ ଗୁଳି କରି ହତ୍ୟା କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେ କାରରେ ଯାଉଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବୋମା ମାଡ କରିଥିଲେ । ସେ ଭୟରେ କାରରୁ ଓହ୍ଲାଇବା ଦୌଡିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଖାରଦାହ ବିଧାୟକ କାଜଲ ସିହ୍ନା ସେ ଅତି ନିକଟତର ଥିଲେ । ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିଲେ । ଏହି ଘଟଣା ପରେ ଟିଏମସି ଓ ବିଜେପି ପରସ୍ପର ଉପରକୁ କାଦୁଆ ଫିଙ୍ଗିବା ଆରମ୍ଭ କରିଛନ୍ତି । କାଜଲ ସିହ୍ନାଙ୍କ କୋଭିଡରେ ମୃତ୍ୟୁ ଘଟିବା ପରେ ଏବେ ସେହି ସିଟ ଖାଲି ରହିଛି ।

Leave A Reply

Your email address will not be published.