Latest Odisha News

BREAKING NEWS

କ୍ୟାପିଟାଲ ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲର ହେବ ଉନ୍ନତିକରଣ । ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳୁ କ୍ୟାପିଟାଲ ହସପିଟାଲକୁ ପରିଦର୍ଶନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ୫ଟି ସଚିବ । ଏହା ସହିତ ରୋଗୀ ସେବା  ସୂଚାରୁ ରୂପେ ଚାଲୁଛି କିନାହିଁ ଜାଣିବାକୁ ହସପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିବେ । ତାଙ୍କ ସହିତ କର୍ମ ସଚିବ ଭି.ଭି ଯାଦବ ଓ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

କ୍ୟାପିଟାଲ ହସପିଟାଲର ନବକଳେବର ପାଇଁ ରାଜ୍ୟସରକାର ନୂଆ ନୂଆ ସ୍କିମ ଆପଣେଇଛନ୍ତି । ଏଠାକୁ ପ୍ରତିଦିନ ରାଜଧାନୀ ତଥା ବାହାରୁ ରୋଗୀ ଆସିଥାନ୍ତି । ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରାଯାଉଛି । ତେଣୁ ପ୍ରଥମେ ଏହାର ଶର୍ଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ହସପିଟାଲକୁ ପିଜିଆଇଏମଇଆର୍ ବା ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ପାଇଁ ରିସର୍ଚ୍ଚ ସେଣ୍ଟରରେ ପରିଣତ କରାଯାଇଛି ।

ମେ ମାସରେ ହସପିଟାଲ ପିଜିଆଇଏମଇଆର୍ ରେ ପରିଣତ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ପିଜି ପାଇଁ ୬ଟି ସ୍ପେଶାଲିଟିଜ୍ ସହିତ ମୋଟ ୨୪ ଟି ସିଟ୍  ରଖିବାକୁ ସେପ୍ଟେମ୍ୱର ମାସରେ ହସପିଟାଲକୁ ନ୍ୟାସନାଲ ମେଡିକାଲ କମିଶନ ଠାରୁ ମଞ୍ଜୁରୀ ମିଳିଥିଲା ।

Leave A Reply

Your email address will not be published.