Latest Odisha News

BREAKING NEWS

ସେମିରେ ହାରିଲେ ସିନ୍ଧୁ, ବ୍ରୋଞ୍ଜ ପାଇଁ ଖେଳିବେ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ହାରିଲେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ସେମି ଫାଇନାଲ ମୁକାବିଲାରେ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗ ଠାରୁ ସିଧାସଳଖ ୨-୦ରେ ପରାସ୍ତ ହୋଇଛନ୍ତି । ତାଇ ଜୁ ୟିଙ୍ଗ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ନେଇଛନ୍ତି । ଏହି ପରାଜୟ ସହ ପିଭି ସିନ୍ଧୁଙ୍କର ସ୍ବର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି । ସେମିଫାଇନାଲ ମ୍ୟାଚ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଆଉ ଏକ ମ୍ୟାଚ୍‌ ଖେଳିବେ ସିନ୍ଧୁ ।

ଆଜିର ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଆରମ୍ଭରୁ ଭ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟ୍‌ର ଫାଷ୍ଟ ହାଫକୁ ୧୧-୮ରେ ଆଗୁଆ ଥିଲେ । କିନ୍ତୁ ବ୍ରେକ ପରେ ତାଇ ଜୁ ଦେଖାଇଥିଲେ ଶ୍ରେଷ୍ଠ ପ୍ରଦର୍ଶନ । ଆଉ ପ୍ରଥମ ସେଟ୍‌କୁ ତାଇ ଜୁ ୨୧-୧୮ରେ ବାଜି ମାରି ନେଇଥିଲେ । ସେହିପରି ଦ୍ବିତୀୟ ସେଟରେ ମଧ୍ୟରେ ତାଇ ଜୁ ସନ୍ଧୁଙ୍କ ଉପରେ ଚାପ ପକାଇଥିଲେ । ଫଳରେ ମ୍ୟାଚକୁ ୨୧-୧୮ ଓ ୨୧-୧୨ରେ ଜିତି ନେଇଥିଲେ ତାଇପେଇ ଖେଳାଳି ତାଇ ଜୁ । ବ୍ରୋଞ୍ଜ ପଦକ ପାଇଁ ଆସନ୍ତାକାଲି ସିନ୍ଧୁଙ୍କ ମୁକାବିଲା ଚାଇନାର ଖେଳାଳିଙ୍କ ସହ ହେବ ।

Leave A Reply

Your email address will not be published.