Latest Odisha News

BREAKING NEWS

ପରଲୋକରେ ଗାୟିକା ନିର୍ମଳା ମିଶ୍ର

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଲାଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।

ସ୍ୱର୍ଗତଃ ମିଶ୍ର ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ୬୦ ଓ ୭୦ ଦଶକର ସେ ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟିକା ଥିଲେ । ତାଙ୍କୁ ଓଡ଼ିଆ ସିନେମାର ଲତା ମଙ୍ଗେସକର ହିସାବରେ ଅଭିହିତ କରାଯାଉଥିଲା । ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ସ୍ତ୍ରୀ, କା, ମଲାଜହ୍ନ, ଅଭିନେତ୍ରୀ, ଅନୁତାପ, କିଏ କାହାର, ଅମଡ଼ା ବାଟ, ଅଦିନ ମେଘ ଆଦି ଅନ୍ୟତମ ଥିଲା । ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଏବଂ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.