Latest Odisha News

ବିଜୟଲକ୍ଷ୍ମୀ ହୋତାଙ୍କ ଯୋଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରୂପା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ, ଯୋଗ ବିଶାରଦ ବିଜୟଲକ୍ଷ୍ମୀ ହୋତାଙ୍କ ‘ଯୋଗ ଫର୍ ସୁପର ଇମ୍ୟୁନିଟି ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପୁସ୍ତକଟିର ଲୋକପ୍ରିୟତା କାମନା କରିବା ସହିତ ଏହା ଜନସାଧାରଣଙ୍କ ଉପକାରରେ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡର ଭାରପ୍ରାପ୍ତ ସଭାପତି ଅଶୋକ କୁମାର ସାରଦା ଏବଂ ଗ୍ରୋ ଗ୍ରୀନ୍ କନ୍‌ସୋର୍ଟିୟମ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ସୁକ୍ତା ସାରଦା ଉପସ୍ଥିତ ଥିଲେ । ଏହି ପୁସ୍ତକରେ ମନକୁ ଚାପମୁକ୍ତ କରିବା, ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଧାରା ସକ୍ରିୟ କରିବା, ଉପଯୁକ୍ତ ଖାଦ୍ୟ ଗ୍ରହଣ, ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି ବୋଲି ଲେଖିକା ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.