ବନ୍ଦିତା ଦାଶ
ଆକାଶରେ କଳାମେଘ
ଗଛରେ ପତର
ବଗ କହେ , ବଗୁଲୀ ଲୋ
ଯିବା ଏବେ ଘର ।।
ଖୋଜାଖୋଜି ନଈ,ନାଳ
ମାଛ, ଗେଣ୍ଡା ପାଇଁ
ନୟାନ୍ତ ହେଲା ଜୀବନ
ସବୁ ଦେଲେ ଖାଇ ।।
ଆମେ ଅଧା ପେଟହେଲେ
ଚଳିବ ଆମର
ପିଲାଏ ଖାଇବେ କିସ
କହ ଲୋ ଏଥର ।।
ବାଣ୍ଟି କୁଣ୍ଟି ଖାଉଥାଅ
କାଟି କୁଟି ପିନ୍ଧ,
କହିଲେ ବି ଶିଖୁନାହଁ
ଏ ମଣିଷ ଅନ୍ଧ।।
ହୃଦୟ , ବିବେକ ଯେବେ
ସବୁ ଦେବ ପୋଡି,
ଶ୍ରେଷ୍ଠ ଜୀବ ବୋଲାଇବ
କୁହ ହେ କିପରି ?
ବଗ କଥା ଶୁଣି କହେ,
ବଗୁଲୀ ଆମର,
କୁନା,କୁନୀ ବଦଳିଲେ
ବଦଳେ ସଂସାର ।।
କାଂଶବାହାଲ, ସୁନ୍ଦରଗଡ