Latest Odisha News

BREAKING NEWS

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ଖୁସି ଖବର । ୫୮ ବର୍ଷରେ ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଏକ ଫଟୋ ସେୟାର କରିଛନ୍ତି ।

ସେ ଏହା ମଧ୍ୟ ଲେଖିଛନ୍ତି ଯେ, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାଙ୍କ ଆଶୀର୍ବାଦରେ ଅନନ୍ତ ଭଗବାନ ଆମକୁ ଶୁଭଙ୍କ ସାନଭାଇ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କ ଅପାର ପ୍ରେମ ପାଇଁ ମୁଁ କୃତଜ୍ଞ ‘।
ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ । ସିଦ୍ଧୁ ମୋସେୱାଲାଙ୍କୁ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା । ସିଦ୍ଧୁଙ୍କ ବିୟୋଗ ପରେ ତାଙ୍କ ପିତାମାତାଙ୍କର ଆଉ କେହି ଉତ୍ତରାଧିକାରୀ ନଥିଲେ । ଏପରି ପରିସ୍ଥିତିରେ ପରିବାରର ଉତ୍ତରାଧିକାରୀଙ୍କ ଉଦ୍ଦେଶ୍ୟରେ ଦମ୍ପତ୍ତି ଆଇଭିଏଫ୍ ମାଧ୍ୟମରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ଖବର ସେୟାର କରିବା ପରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ ମିଳିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.