Latest Odisha News

BREAKING NEWS

ହକି ବିଶ୍ୱକପ: ଏଥର ଟିମ ଇଣ୍ଡିଆର ଟାର୍ଗେଟ ଇଂଲଣ୍ଡ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆମ୍ନା ସାମ୍ନି ହେବେ । ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରି ଇଂଲଣ୍ଡ ଭଲ ଫର୍ମରେ ଥିବା ସୂଚନା ଦେଇସାରିଛି । ତେବେ ଘରୋଇ ପରିବେଶରେ ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି । ପ୍ରଥମ ମ୍ୟାଚରେ ଓଡିଶା ଦୁଇ ଖେଳାଳି ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଟିମ ଇଣ୍ଡିଆ ତାର ଚୂଡାନ୍ତ ଦଳରେ ବିଶେଷ ପରିବର୍ତନ କରିବା ଭଳି ଲାଗୁ ନାହିଁ । ଇଂଲଣ୍ଡର ଫରୱାର୍ଡ ଲିଆମ ଆନସଲେଙ୍କୁ ଅଟକାଇବା ଭାରତର ମୂଖ୍ୟ ରଣନୀତି ହେବ ।

ଏହି ମ୍ୟାଚ ପାଇଁ ଉଭୟ ଟିମ କଡା ଅଭ୍ୟାସ କରିଛନ୍ତି । ତେବେ ଓଭରାଲ ରେକର୍ଡ ବିଚାରକୁ ନେଲେ ଇଂଲଣ୍ଡ ପଲା ଭାରୀ ରହିଛି । ଉଭୟ ଦେଶ ମଧ୍ୟରେ ୧୩୫ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୨୬ ଏବଂ ଇଂଲଣ୍ଡ ୮୬ ମ୍ୟାଚରେ ବିଜୟୀ ହୋଇଛନ୍ତି । ସେହିପରି ବିଶ୍ୱକପରେ ଭାରତ ୩ଟି ଏବଂ ଇଂଲଣ୍ଡ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଅମୀମାଂଶିତ ରହିଛି ।

Leave A Reply

Your email address will not be published.