Latest Odisha News

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ ମଡେଲିଂ କୁ ପେଶା ଭାବେ ବାଛିଥିଲେ । ହେଲେ ପରିବାର କୁ ପସନ୍ଦ ନଥିଲା । ପରିବାର ଲୋକେ ବାରମ୍ବାର ମନା କରୁଥିଲେ ସୁଦ୍ଧା ତିଳେ ଖାତିର୍ କରୁନଥିଲେ ସିଦ୍ରା ।

ସ୍ୱାଧୀନ ଭାବେ ବଂଚିବାକୁ ଚାହୁଁଥିବା ସିଦ୍ରା ଡ୍ୟାନ୍ସ ଏବଂ ପୋଷାକ କମ୍ପାନୀ ର ମଡେଲ ବନି ଆୟ କୁ ଘରେ ମଧ୍ୟ ଦେଉଥିଲେ । ହେଲେ ଯେତେବେଳେ ବଡ଼ ଭାଇ ହମଜା ଘରେ ଉସକାଇଥିଲା, ପିତାମାତା ବି ସିଦ୍ରାଙ୍କୁ ଘୃଣା ଚକ୍ଷୁ ଦେଖିବାକୁ ଲାଗିଲେ ।

ଗତ ସପ୍ତାହ ରେ ଇଦ୍ ପାଳନ କରିବାକୁ ଯାଇଥିଲେ ସିଦ୍ରା ଓ ପରିବାର । ଏହି ସମୟରେ ଭାଇ ହମଜା ଙ୍କ ମୋବାଇଲକୁ ସିଦ୍ରାଙ୍କ ଏକ ଡ୍ୟାନ୍ସ ଭିଡିଓ ଜଣେ ସଂପର୍କୀୟ ଫରୱାର୍ଡ କରିଥିଲେ । ଏହା ଦେଖି ଉତକ୍ଷିପ୍ତ ହମଜା ସଙ୍ଗେସଙ୍ଗେ ସିଦ୍ରାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଏନେଇ ଓକାରା ପୋଲିସ୍ ହନର କିଲିଂ ମାମଲା ରୁଜୁ କରି ହମଜା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ପରିବାର ଲୋକେ ମୁହଁ ଲୁଚାଇବାକୁ ଫେରାର ହୋଇଯାଇଛନ୍ତି । ଏହି ଘଟଣା ଖୁରମ ଜାକିର୍ ନାମକ ବ୍ୟକ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.