Latest Odisha News

BREAKING NEWS

ସ୍କୁଲରେ ପାଠ ପଢ଼ିଲେ ଗୁରୁଣ୍ଡି ଗୋପାଳ

ମଥୁରା: ଭଗବାନ ଭାବର ଭୋକିଲା । ଯିଏ ବି ତାଙ୍କୁ ଭକ୍ତି, ସେବା, ପୂଜା ଓ ଶୃଙ୍ଗାର ଭଲ ଭାବେ କରିଥାଏ ସେ ନିଶ୍ଚିତ ତାଙ୍କ ନିକଟତର ହୋଇଥାଏ । ମଥୁରାରେ ଏ ଭଳି ଏକ ସ୍କୁଲ ଅଛି ଯେଉଁଠାରେ ଜଣେ ଅଭିଭାବକଙ୍କ ଜିଦ ଯୋଗୁ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଲେଖା ଯାଇଥିଲା । ଆଉ ପ୍ରତ୍ୟେକ ଦିନ ସେ ସ୍କୁଲ ଆସିବା ସହ କଖଗଘ ପଢ଼ିଥାନ୍ତି । ଘଟଣାଟି ଏହି ଭଳି.. ଦିଲ୍ଲୀର ୬୫ ବର୍ଷୀୟ ରାମଗୋପାଳ ପିଲାମାନଙ୍କ ବିବାହ କରିବା ପରେ ବୃନ୍ଦାବନରେ ଆସି ରହିଥିଲେ । ସେ ତାଙ୍କ ପାଖରେ ଥିବା ବାଳଗୋପାଳଙ୍କୁ ନିଜ ପୁଅଠାରୁ ଅଧିକ ଭଲ ପାଇଥାନ୍ତି । ଅନ୍ୟ ପିଲାମାନଙ୍କୁ ସ୍କୁଲ ଯାଉଥିବା ଦେଖି ସେ ବାଳଗୋପାଳଙ୍କୁ ପଢ଼ାଇବା ପାଇଁ ଚିନ୍ତା କଲେ । ତାଙ୍କର ଜଣେ ବନ୍ଧୁ ସନ୍ଦୀପନ ମୁନି ସ୍କୁଲରେ ପଢ଼ାଇବା ପାଇଁ କହିଥିଲେ ।

ରାମଗୋପାଳ ସ୍କୁଲ ଯିବା ପାଇଁ ସମସ୍ତ ସାମଗ୍ରୀ କିଣିବା ପରେ ଆଡମିଶନ ପାଇଁ ଯାଇଥିଲେ । ତେବେ ପ୍ରିନ୍ସପାଲ ଦୀପିକା ଶର୍ମା ଆଡମିଶନ ହୋଇପାରିବ ନାହିଁ ବୋଲି କହିଥିଲେ । ଏହି ସମୟରେ ସ୍କୁଲ ସଂସ୍ଥାପକ ତଥା ଶ୍ରୀକୃଷ୍ଣ ଭକ୍ତ ରୂପା ରଘୁନାଥ ଦାସ ତାଙ୍କୁ ବୁଝାଇଥିଲେ ଯେ, ଆଡମିଶନର ଆବଶ୍ୟକତା ନାହିଁ ସେ ଏଠାକୁ ପ୍ରତିଦିନ ପଢ଼ିବା ପାଇଁ ଆସିପାରିବେ । ସେବେଠାରୁ ପ୍ରତ୍ୟେକ ଦିନ ଇ-ରିକ୍ସାରେ ଅନ୍ୟ ପିଲାଙ୍କ ସହ ଗୋପାଳଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲ ପଠାଇ ଆସୁଛନ୍ତି ।

Leave A Reply

Your email address will not be published.