Latest Odisha News

BREAKING NEWS

ପରୀ ହତ୍ୟା ମାମଲା, ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ସୂଚନା ମିଳିଛି । ତିନି ଜଣଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି । କୌଣସି ଅଜ୍ଞାତ ସ୍ଥାନରେ ସେମାନଙ୍କୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି । ତେବେ ଏନେଇ ଏସଆଇଟି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ସରୋଜଙ୍କୁ ପୂର୍ବରୁ ଦୁଇ ଥର ଉଠାଇ ନେଇ ପଚରାଉଚରା କରିଥିଲେ ଏସଆଇଟି ଟିମ । ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ ଏସଆଇଟି ସନ୍ଦେହ କରୁଥିବା ଗଣମାଧ୍ୟମରେ କହିଥିଲେ ସରୋଜ । ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଥିବା କଥା ସରୋଜ କହିଥିଲେ ।

ଏହାସହ ପରୀ ହତ୍ୟା ମାମଲାର ଦୋଷ ମୁଣ୍ଡେଇବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା କଥା ମଧ୍ୟ ଗଣମାଧ୍ୟମରେ କହିଥିଲେ ସରୋଜ । ନିକଟରେ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିଲେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା କୁହାଯାଉଛି ।

Leave A Reply

Your email address will not be published.