ସାଧାରଣତଃ ଯେତେବେଳେ ଏକ କମ୍ପାନୀର ଆୟ ଭଲ ରୁହେ ସେତେବେଳେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଭଲ ବୋନସ ମିଳିଥାଏ । ଅନେକ କ୍ଷେତ୍ରରେ ବୋନସର ପରିମାଣ କିଛି ହଜାର କିମ୍ବା ଲକ୍ଷ ଭିତରେ ସୀମିତ ଥାଏ । କେତେକ କ୍ଷେତ୍ରରେ କମ୍ପାନୀର ପରିଚାଳକ ଘର କିମ୍ବା ଗାଡ଼ି ଆକାରରେ ବୋନସ ଦେଇଥାନ୍ତି । ହେଲେ ଚୀନର ଏକ ଘରୋଇ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକାଥରକେ ଜଣକୁ ପ୍ରାୟ ୨ କୋଟିରୁ ଅଧିକ ବୋନସ ପ୍ରଦାନ କରିଛନ୍ତି । ମୋଟ ୭୦ କୋଟିର ବୋନସ ରାଶିକୁ ୪୦ ଜଣ କର୍ମଚାରୀଙ୍କ ଭିତରେ ବାଣ୍ଟି ଦେଇଛନ୍ତି ।
ଦେଖାଯାଏ ବୋନସ ଦେବା ସମୟରେ ବିଭିନ୍ନ କମ୍ପାନୀ ବୋନସ ରାଶିକୁ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା କିମ୍ବା ଚେକ୍ ଆକାରରେ ଦେଇଥାନ୍ତି । ହେଲେ କ୍ରେନ ତିଆର କରୁଥିବା ଚାଇନିଜ୍ କମ୍ପାନୀ ହେନାନ୍ ମାଇନ୍ର ମାଲିକ ନଗଦ ରାଶି ହିସାବରେ ନିଜ କର୍ମଚାରୀଙ୍କୁ ବୋନସ ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ଏହି ଚାଇନିଜ୍ କମ୍ପାନୀ ନିଜ ଆଶାଠାରୁ ଅଧିକ ଆୟ କରିଥିଲା । ତେଣୁ ସେ ଚିନ୍ତା କଲେ ନିଜ କର୍ମଚାରୀଙ୍କୁ ବୋନସ ବାଣ୍ଟିବେ । ସେଥିଲାଗି କମ୍ପାନୀ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଗଲା । ପ୍ରତ୍ୟେକ କର୍ମଚାରୀ ନିଜ ପରିବାର ସହ ଉପସ୍ଥିତ ରହିବାକୁ କୁହାଗଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନଗଦ ଆକାରରେ ଥିବା ୭୦ କୋଟି ଟଙ୍କା ମଞ୍ଚ ଉପରେ ଗଦା କରାଗଲା । ପରେ ୩ କର୍ମଚାରଙ୍କୁ ମଞ୍ଚ ଉପରକୁ ଡ଼କାଯାଇ ବେଷ୍ଟ କର୍ମଚାରୀ ଭାବେ ୧୮ କୋଟି ଲେଖାଏଁ ପ୍ରଦାନ କରାଗଲା । ପରେ ଜଣ ଜଣ କରି ଅନ୍ୟ କର୍ମଚାରୀଙ୍କ ନାମ ଡ଼କାଗଲା ଓ ବୋନସ ରାଶି ପ୍ରଦାନ କରାଗଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଅବସରରେ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ପରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ୧୪ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ହେନାନ୍ ମାଇନ୍ କମ୍ପାନୀ କରୋନା ମହାମାରୀ ପରେ ମଧ୍ୟ ୨୩ ପ୍ରତିଶତରୁ ଅଧିକ ଲାଭ କରିଛି । ଏହି କମ୍ପାନୀରେ ୫୦୦୦ କର୍ମଚାରୀ କାମ କରୁଛନ୍ତି ।
BREAKING NEWS
- ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ
- କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା
- ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର
- ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ
- ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ
- ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର
- ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି
- ସାଉଦି ତୈଳ ସଂସ୍ଥା ଉପରେ ମିଶାଇଲ ଆଟାକ୍: ଜଳିଗଲା ‘ଆରାମକୋ’ର ମୁଖ୍ୟ କାର୍ଯ୍ୟାଳୟ, ବିଶ୍ୱ ବଜାରରେ ବଢ଼ିପାରେ ତେଲ ଦର!
- ୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା

Comments are closed.