Latest Odisha News

BREAKING NEWS

କୂଲଭୁଷଣଙ୍କୁ ଆଶ୍ବସ୍ତି; ଓକିଲ ନିଯୁକ୍ତ ପାଇଁ ଭାରତକୁ ମିିଳିଲା ଅଧିକ ଅବଧି

ନୂଆଦିଲ୍ଲୀ: ଅକ୍ଟୋବର ୫ ରେ ମୃତ୍ୟୁଦଣ୍ଡ ଦିଆଯାଇଥିବା କୂଲଭୁଷଣ ଯାଦବଙ୍କୁ ପାକିସ୍ତାନୀ କୋର୍ଟ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କୋର୍ଟ ଭାରତକୁ ଅଧିକ ସମୟ ଦେଇଛନ୍ତି।

ଗୁଇନ୍ଦାଗିରି ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ପାକିସ୍ତାନୀ ସାମରିକ କୋର୍ଟ ଦ୍ବାରା ୫୧ ବର୍ଷ ବୟସ୍କ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୂଲଭୂଷଣ ଯାଦବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପାକିସ୍ତାନର ଯାଦବଙ୍କ କନସୁଲାର ପ୍ରବେଶକୁ ପ୍ରତ୍ୟାଖ୍ୟାନ କରିବା ସହ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ଭାରତ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ନିକଟରେ ପହଞ୍ଚିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆଇସିଜେ ଜୁଲାଇ ୨୦୧୯ ରେ ଏକ ରାୟ ଦେଇଥିଲେ।

Leave A Reply

Your email address will not be published.