Latest Odisha News

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା ।

ଏହି ଯାଞ୍ଚବେଳେ ଲିକିଂ ଗୁରୁ ଡଟ୍ କମର ପତ୍ରକାରଙ୍କୁ ଜଣାପଡିଥିଲା ଯେ, ଡିସକୋମ୍ ଅଧିକାରୀଙ୍କ ସହ ଇନର୍ଭଟର କମ୍ପାନୀ ଗୁଡିକର ସହଭାଗିତା ରହିଥିଲା । ଯିଏକି ପିକ୍ ଆୱାର୍ସ (ବିଳମ୍ବିତ ରାତି ଏବଂ ଅତ୍ୟାବଶ୍ୟକ ସମୟରେ) ବିଦ୍ୟୁତ୍ କାଟ୍ କରୁଥିଲେ ଏବଂ ପ୍ରତିବଦଳରେ କମିଶନ ମଧ୍ୟ ନେଉଥିଲେ । ବାରମ୍ବାର ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇ ଲୋକମାନେ ପରିଶେଷର ଇନର୍ଭଟର କିଣୁଥିଲେ ।

ଏହି ଘଟଣାର ସତ୍ୟତା ଜାଣିବା ଲାଗି ସେମାନେ ଏକ ଷ୍ଟିଙ୍ଗ୍ ଅପରେସନ୍ ଆରମ୍ଭ କରିଥିଲେ ଏବଂ ସେସୁର ର ୪ ଜଣ ଜେଇ ଯଥା- ଅଭିମନ୍ୟୁ ଜେନା(ଖୋର୍ଦ୍ଧା ସବ୍-ଡିଭିଜନ୍), ସୁବ୍ରତ ଦାସ (ଭିଏସଏସ ନଗର ସବ୍-ଡିଭିଜନ୍), ସୁବ୍ରତ ମିଶ୍ର (ବରମୁଣ୍ଡା ସବ୍-ଡିଭିଜନ୍), ସୁବ୍ରତ ତ୍ରୀପାଠି (ଜଟଣୀ ସବ୍-ଡିଭିଜନ୍) ଏବଂ ସାଉଥକୋର ୨ ଜେଇ ଜଗନ୍ନାଥ ପ୍ରସାଦ ନନ୍ଦ (ଗୁଣୁପୁର ସବ-ଡିଭିଜନ୍) ଓ ଭଗବାନ ପ୍ରଧାନ (ନବରଙ୍ଗପୁର ସବ-ଡିଭିଜନ୍) । ଏପରିକି ନିଜକୁ ଜଣେ ଇନଭର୍ଟର କମ୍ପାନୀର ଏଜେଣ୍ଟ ରୂପେ ପରିଚୟ ଦେଇ ଉକ୍ତ ଜେଇ ମାନଙ୍କ ସହ କାଥାବାର୍ତ୍ତା କରିଥିଲେ । ଏହି କଥାବାର୍ତ୍ତା ବେଳେ ଜେଇ ଓ ଅନ୍ୟ ଇନର୍ଭଟର କମ୍ପାନୀ ସହ ଡିଲ୍ ରହିଥିବା ଜଣାପଡିଥିଲା ।

ଗତ ଶୁକ୍ରବାର ଦିନ ଏକ ସ୍ଥାନୀୟ ସମାଚାର ଚ୍ୟାନେଲରେ ଏସବୁର ଭିଡିଓ କ୍ଲିପିଂ ପ୍ରସାରିତ ହେବା ପରେ ଶକ୍ତି ବିଭାଗର ୬ଜଣ ଜେଇଙ୍କୁ ନିଲମ୍ବିତ କରାଯାଇଛି । ଏପରିକି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ନୀତି ଗସ୍ତ କର୍ମଚାରୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଲାଗି ଶକ୍ତି ସଚିବ ବିଷ୍ଣୁପଦ ସେଠୀ ସେସୁ ଓ ସାଉଥକୋକୁ ପତ୍ର ଲେଖି ଜଣାଇଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଅଫିସରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିରୋଧି ବିଜେପି ଓ କଂଗ୍ରେସ ବିଧାନସଭାରେ ଦାବି କରିଥିଲେ ।

ଆହୁରି ମଧ୍ୟ ଆସନ୍ତା ସୋମବାର ଦିନ ବିରୋଧିମାନେ ଏହି ପ୍ରସଙ୍ଗକୁ ପୁଣି ବିଧାନସଭାରେ ଉଠାଇବା ନେଇ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.