Latest Odisha News

BREAKING NEWS

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ ‘ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)’ ଟିମ୍ ମିଳିତ ଭାବେ ତିଆରି କରିଛନ୍ତି |

ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା ଆଜିକାଲି ସୌକ ହୋଇଗଲାଣି | ବ୍ୟବହାରକାରୀଙ୍କ ଏହି ଆଦରକୁ ଦେଖି ଫେସବୁକ ଓ ‘ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନପିଆଇ)’ ଏହି ସୁଵିଧା ତିଆରି କରିଛି | ଏହି ଆପ୍ସ ଦ୍ୱାରା ବ୍ୟବହାରକାରୀ ମାନେ ନିଜ ମନପସନ୍ଦ ମେମେସ ବନାଇପାରିବେ |

ଏହି ଆପ୍ସ ନାମ ‘ହ୍ବେଲ୍’ ରଖାଯାଇଛି | ବର୍ତ୍ତମାନ ଏହି ଆପ୍ସ ପରୀକ୍ଷାମୂଳକ ଭାବେ କାନାଡ଼ା ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଛି |

ହ୍ବେଲ୍ ଆପ୍ସ ବ୍ୟବହାର କରିବେ କିପରି :

ଏହି ଆପ୍ସ ଦ୍ୱାରା ନିଜ ମେମୋରୀ ରେ ଥିବା ଫଟୋକୁ ନେଇ ମେମେସ ବନାଇପାରିବେ | ଏହାପରେ ଏହାକୁ ସୋସିଆଲ ମିଡିଆ ଓ ମେସେଜ ଦ୍ୱାରା ନିଜ ପ୍ରିୟଲୋକଙ୍କୁ ସେୟାର କରିପାରିବେ | ଏହି ଆପ୍ସ ରେ ବହୁତ କିଛି ଇଫେକ୍ଟ ଦିଆଯାଇଛି | ବ୍ୟବହାରକାରୀ ଚାହିଁଲେ ଏହାକୁ ନିଜ ମେମୋରୀରେ ସାଇତି ରଖିପାରିବେ |

ଫେସବୁକ ହ୍ବେଲରେ ମିଳିବ ଏହିସବୁ ଫିଚର୍ସ :

ଏହି ଆପ୍ସରୁ ବ୍ୟବହାରକାରୀ ଖାଲି କାନଭାସ ସହିତ ୨,୩,୪ ଗ୍ରେଡ କାନଭାସ ବି ବାଛିପାରିବେ | ଏଥିରେ ବହୁପ୍ରକାର ଇଫେକ୍ଟ ଦିଆଯାଇଛି ଯେଉଁଥିରେ ଲେଜର ଆଇଜ, ବଲଜ୍ ଓ ବୋଟେକ୍ସ ଦିଆଯାଇଛି | ଯେଉଁ ଟିମ ସହ ଏହି ଆପ୍ସ ତିଆରିକରାଯାଇଛି ସେହି ଟିମ ଜୁନ ୨୦୧୯ ରେ ଗଠନ କରାଯାଇଥିଲା | ଏହି ଟିମ ନୂଆ ନୂଆ ବିଷୟକୁ ପସନ୍ଦ କରୁଥିବା ବ୍ୟବହାରକାରୀଙ୍କ ବ୍ୟବହାର କୁ ଫୋକସ କରୁଥିଲା | ଆଗକୁ ଏହି ଭଳି ନୂଆନୂଆ ଆପ୍ସ ନୂଆ ବ୍ରାଣ୍ଡରେ ଏହି ଏନ.ପି.ଆଇ ଟିମ ତିଆରି କରିବ ବୋଲି ଜଣାପଡିଛି |

Leave A Reply

Your email address will not be published.