Latest Odisha News

BREAKING NEWS

ଡିବ୍ରୁଗଡ଼ରୁ ପଶିଘାଟ ଉଡ଼ିଲା ଡର୍ଣ୍ଣିଅର-୨୨୮, ଖୁବ୍ ଶୀଘ୍ର ସଂପୂର୍ଣ୍ଣ ଉତ୍ତର-ପୂର୍ବକୁ ବିମାନ ସେବା : ଉଷା ପାଢ଼ୀ

ତେଜୁ, ଜିରୋ, ମେଚୁକା, ଟୁଟିଙ୍ଗ ଏବଂ ବିଜୟନଗରକୁ ଏହି ରୁଟ ଯୋଗେ ଯୋଡ଼ିବାକୁ ମନ୍ତ୍ରାଳୟ ଯୋଜନା କରିଛି । ଅରୁଣାଚଳରେ ଉନ୍ନତ ଧରଣର ଅବତରଣ ସ୍ଥଳ ରହିଛି

ନୂଆଦିଲ୍ଲୀ: ଡର୍ଣ୍ଣିଅର-୨୨୮ ଉତ୍ତର-ପୂର୍ବ ଭାରତକୁ ସମତଳ ସହ ଯୋଡ଼ିବାରେ ବଡ଼ ଭୂମିକା ନେବ । ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ମଙ୍ଗଳବାର ଉତ୍ତର-ପୂର୍ବକୁ ଆରମ୍ଭ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଡର୍ଣ୍ଣିଅର-୨୨୮ ଉଡ଼ାଜାହାଜର ଉଦଘାଟନ ଉଦ୍ଦେଶ୍ୟରେ ଯୁଗ୍ମ ସଚିବ ଉଷା ପାଢ଼ୀ ଏହି ମନ୍ତବ୍ୟ ରଖିଛନ୍ତି ।

ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଡର୍ଣ୍ଣି÷ଅର-୨୨୮ ଉଡ଼ାଜାହାଜ ଉଦଘାଟନ କରିଛନ୍ତି । ଯାହା ଆସାମର ଡିବ୍ରୁଗଡ଼ରୁ ଅରୁଣାଚଳ ପ୍ରଦେଶର ପଶିଘାଟକୁ ଚଳାଚଳ କରିବ । ଉତ୍ତର-ପୂର୍ବରେ ଥିବା ଅଧିକାଂଶ ଅଞ୍ଚଳକୁ ଉଡ଼ାଜାହାଜ କିମ୍ବା ଫିକ୍ସଡ ୱିଙ୍ଗ ଦ୍ୱାରା ଯୋଡ଼ିବାକୁ ଯୋଜନା ଅଛି । ବିଶେଷ କରି ଉତ୍ତର-ପୂର୍ବର ବଡ଼ ରାଜ୍ୟ ଅରୂଣାଚଳ ପ୍ରଦେଶକୁ ନେଇ ଅଧିକ ଆଶା ରଖାଯାଇଛି ବୋଲି ଉଷା କହିଛନ୍ତି ।

ତେଜୁ, ଜିରୋ, ମେଚୁକା, ଟୁଟିଙ୍ଗ ଏବଂ ବିଜୟନଗରକୁ ଏହି ରୁଟ ଯୋଗେ ଯୋଡ଼ିବାକୁ ମନ୍ତ୍ରାଳୟ ଯୋଜନା କରିଛି । ଅରୁଣାଚଳରେ ଉନ୍ନତ ଧରଣର ଅବତରଣ ସ୍ଥଳ ରହିଛି । ଏବଂ ଏହି ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ ଡର୍ଣ୍ଣିଅର ବେଶ୍ ଭଲ ସାବ୍ୟସ୍ତ ହେବ । ଯାହା ସଂପୂର୍ଣ୍ଣ ରୂପେ ଭାରତରେ ସ୍ୱଦେଶୀ କୌଶଳ ସହ ତିଆରି ହୋଇଛି ।

ଏହା ବ୍ୟତୀତ ମନ୍ତ୍ରାଳୟ ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ଗଢ଼ିବାରେ ଲାଗିଛି । ଏବଂ ସଂପୂର୍ଣ୍ଣ ଉତ୍ତର-ପୂର୍ବର କୋଣ ଅନୁକୋଣ ଯେମିତି ଉଡ଼ାନ ଜରିଆରେ ଯୋଡ଼ି ହେବ ତାହା ଲକ୍ଷ୍ୟ ରଖାଯାଇଛି ବୋଲି ଉଷା କହିଛନ୍ତି ।

Leave A Reply

Your email address will not be published.