Latest Odisha News

BREAKING NEWS

Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍‌:୨୬ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା

ସମ୍ବଲପୁର:ଅବପାତ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଗତକାଲି ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଥିବା ବେଳେ ଆଜି ସକାଳୁ ପୁଣି ପର୍ଯ୍ୟାୟକ୍ରମେ ୬ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କାର୍ଯ୍ୟକୁ ଆହୁରି ତୀବ୍ର କରିଛନ୍ତି । ମୋଟ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏଥିମଧ୍ୟରୁ ବର୍ତ୍ତମାନ ବାମ ସ୍ପିଲ୍ ୱେରେ ୧୭ଟି ଗେଟ୍ ଏବଂ ଡାହାଣ ସ୍ପିଲ୍ ୱେରେ ୯ଟି ଗେଟ୍ ଖୋଲା ରହିଛି ।

ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୨.୧୩ ମିମି ଓ ତଳମୁଣ୍ଡରେ ୫.୩୮ ମିମି ବର୍ଷା ରେକର୍ଡ ହୋଇଛି। ରବିବାର ଅପରାହ୍ନ ସାଢ଼େ ୨ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ୬୨୮.୨୫ ଫୁଟ୍‌କୁ ହ୍ରାସ ପାଇଛି।

ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୫୧ ହଜାର ୦୩୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ୨୬ଟି ଗେଟ ଜରିଆରେ ୪,୧୨,୯୧୪ କ୍ୟୁସେକ୍ (ସେକେଣ୍ଡ ପ୍ରତି) ବନ୍ୟା ଜଳ ମହାନଦୀକୁ ନିଷ୍କାସନ କରାଯାଉଛି ।

ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମହାନଦୀରେ ପୁଣି ଏକ ଛୋଟ ବନ୍ୟା ଆସୁଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ଏହି ବନ୍ୟା ଯୋଗୁଁ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ।

 

Leave A Reply

Your email address will not be published.