Latest Odisha News

BREAKING NEWS

ନିଫ୍ଟ ଆଡ଼ମିଶନ ଯୋଗ୍ୟତା ପାଇଲେ ୬ ଓଡ଼ିଆ; ସର୍ବାଗ୍ରେ ମାମାଲି ମିଶ୍ର

ଭୁବନେଶ୍ୱର: ଗତ ନିଫ୍ଟ(ନେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି)-୨୦୨୨ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀ ଚମକିଛନ୍ତି । ଭୁବନେଶ୍ୱରର ମାମାଲି ମିଶ୍ର ସର୍ବ ଭାରତୀୟ ର୍ୟାଙ୍କ-୧୧ ରଖି ରାଜ୍ୟରେ ଟପ୍ ର୍ୟାଙ୍କ ହାସଲ କରିଛନ୍ତି ।

ସେପଟେ ‘ଦ ଏକାଡେମୀ ଅଫ୍ ଫେଶନ ଆଣ୍ଡ ଆର୍ଟ’ ଇନଷ୍ଟିଚ୍ୟୁଟର ଛଅ ଜଣ କୃତିତ୍ୱ ହାସଲ କରିଛନ୍ତି । ସେମାନେ ହେଉଛନ୍ତି – ମାମାଲି ମିଶ୍ର(୧୧), ଅନ୍ୱେଷା ଅର୍ପିତା ପାତ୍ର(୬୨), ଶ୍ରୁତି ପଣ୍ଡା(୧୧୧), ଆକାଶ କୁମାର ପରିଡ଼ା (୧୧୫), ଜିୟା ଅଗ୍ରୱାଲ (୧୩୮) ଏବଂ ଆଶ୍ଚର୍ଯ୍ୟଲକ୍ଷ୍ମୀ ସାହୁ(୬୦୮) ସର୍ବଭାରତୀୟ ର୍ୟାଙ୍କ ହାସଲ କରିଛନ୍ତି ।

ପାରମ୍ପରିକ ଡାକ୍ତରୀ, ଇଂଜିନିୟରିଂ ପଢ଼ା ବ୍ୟତୀତ ଓଡ଼ିଆ ପିଲା ଏବେ ଅନ୍ୟ କ୍ରିଏଟିଭ ପାଠ ପଢ଼ାରେ ବେଶ୍ ଭଲ ପ୍ରଦର୍ଶନ କରୁଥିବା ଦୃଶ୍ୟମାନ ହେଉଛି । ପ୍ରଦର୍ଶନ ଉତ୍ତମ ସହ ଦୃଷ୍ଟାନ୍ତମୂଳକ ସ୍ଥାନ ଅର୍ଜନ ରାଜ୍ୟ ପାଇଁ ଗୌରବ ଆଣୁଛି ।

ଦ୍ରୁତ ସହରୀକରଣ ଭିତ୍ତିରେ ଆର୍ଟ, ଡିଜାଇନ, ଆର୍କିଟେକ୍ଚର କ୍ଷେତ୍ରର ଚାହିଦା ବଢ଼ିବାରେ ଲାଗିଛି । ଏହି ସବୁ କ୍ଷେତ୍ରରେ ନିଜର ଦକ୍ଷତା ମାପିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଆବେଦନ କରି ଉତ୍ତମ ପ୍ରଦର୍ଶନ କରିବାକୁ ପସନ୍ଦ କରୁଥିବା ‘ଏଏଫଏ’ ର ଛାତ୍ରଛାତ୍ରୀ କହିଛନ୍ତି ।

Leave A Reply

Your email address will not be published.