Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ଭଉଁରୀ ଯାତ୍ରା: ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ

 ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ବିଶ୍ୱକର୍ମା ଓ ଭୋଇ ସେବାୟତ ମାନେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ତିନଟି ଅଖ ସଂଯୋଗ କରିଛନ୍ତି ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କ ଆଜ୍ଞା ମାଳ ରଥଖଳାକୁ ବିଜେ କରାଇଥିଲେ । ପରେ ଭୋଇ ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞା ମାଳ ମହାରଣା ମାନଙ୍କୁ ଦେଇ ଵିଧି ସମ୍ପନ୍ନ କରିଥିଲେ ।

ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି  । ତେବେ ଆଜି ଚକ ଅଖ ଡେରା ନୀତି ସମ୍ପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି ।

Leave A Reply

Your email address will not be published.