Latest Odisha News

BREAKING NEWS

ଅହମ୍ମଦାବାଦରେ ଗୋଟିଏ ପରିବାରର ୬ଜଣଙ୍କ ଆତ୍ମହତ୍ୟା

ଅହମ୍ମଦାବାଦ: ଗୋଟିଏ ପରିବାରର ୬ଜଣ ଏଠାରେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ୪ଟି ଛୋଟ ପିଲା ରହିଛି । ଅମ୍ରେଶ ପଟେଲ ଓ ଗୌରାଙ୍ଗ ପଟେଲ ସେମାନଙ୍କ ୪ ଛୁଆଙ୍କ ସହ ଆତ୍ମହତ୍ୟା କରିଛନ୍ତି । କଣ ପାଇଁ ସେମାନେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ଜଣା ପଡୁ ନାହିଁ । ପୋଲିସ ଡ୍ରଇଂ ରୁମରେ ୨ଭାଇଙ୍କ ମୃତ ଦେହ ଜବତ କରିଥିଲା । ସେହିପରି ରୋଷେଇ ଘରେ ଏବଂ ଏହା ପାଖରେ ଥିବା ଆଉ ଏକ ଘରୁ ପିଲାମାନଙ୍କ ଶବ ମିଳିଥିଲା ।

ଘଟଣାଟି ସମ୍ପୃକ୍ତ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଲକଡାଉନ ଯୋଗୁ ଏହି ପରିବାର ଆର୍ଥୀକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପ୍ରାରମ୍ଭିକ ରିପୋର୍ଟରେ ପୋଲିସ କହିଛି ।

Leave A Reply

Your email address will not be published.