Latest Odisha News

BREAKING NEWS

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଅକ୍ସିଜେନ୍ ସପୋର୍ଟରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ତାଙ୍କୁ ପ୍ଲାଜ୍ମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ବୋଲି ଜଣାପଡିଛି । ଏଥିପାଇଁ ତାଙ୍କୁ ଦିଲ୍ଲୀର ସକେତ ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଶୁକ୍ରବାର ପୁଣି ଥରେ ଜୈନଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହା ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ଏହା ପରେ ତାଙ୍କୁ ସକେତ ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କୁହଯାଉଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ମାତ୍ରା ଅଧିକ ବଢି ଯାଇଛି। ଏହି କାରଣରୁ ତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହେଉଛି।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ କିଛି ଦିନ ପୂର୍ବେ ଜ୍ଵର ଏବଂ ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ପ୍ରଥମ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ କିନ୍ତୁ ଦ୍ଵିତୀୟ ରିପୋର୍ଟ ପଜିଟିଭ୍ ଆସିଥିଲା।

Leave A Reply

Your email address will not be published.