Latest Odisha News

BREAKING NEWS

ରାତିରେ ଗାଁରେ ବୁଲୁଛନ୍ତି ଭାଲୁ, ଲୋକ ଛାନିଆ

କୋରାପୁଟ: ଗାଁରେ ବୁଲୁଛନ୍ତି ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଲଦିଯୋଡ଼ି ଗାଁରେ ଭାଲୁ ଆତଙ୍କ । ଗତ କିଛି ଦିନ ହେବ ଗାଁରେ ସନ୍ଧ୍ୟା ହେବା ପରେ ୬ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଭାଲୁ ଭୟରେ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡ଼ିଯାଉଛି । ବନ୍ଦ ହୋଇ ଯାଉଛି ଦୋକାନ ବଜାର । ଲୋକ ଘରୁ ବାହାରୁ ନାହାନ୍ତି । ଜଣେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗାଁରେ ଭାଲୁ ବୁଲୁଥିବା ନେଇ ବନ ବିଭାଗକୁ ଖବର ଦେଇଛନ୍ତି ଲୋକ ।

Leave A Reply

Your email address will not be published.