Latest Odisha News

BREAKING NEWS

ପୂଜା ବେଳେ ମୂର୍ତ୍ତି ଖସି ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହତ ସେବାୟତ ଜମ୍ବେଶ୍ୱର ମହାପାତ୍ରଙ୍କୁ ତାଙ୍କ ଘରେ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ସେବାୟତଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଶ୍ରୀ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେବାୟତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ରବିବାର ସକାଳେ ସେବକ ଜମ୍ବେଶ୍ୱର ମହାପାତ୍ର ଉଗ୍ର ନୃସିଂହଙ୍କୁ ଲୁଗା ପରିଧାନ କରାଉଥିବା ବେଳେ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ିଥିଲା । ଫଳରେ ସେବାୟତ ଜଣଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ପୁରୀ ମେଡିକାଲ ନିଆ ଯାଇଥିବା ବେଳେ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.