Latest Odisha News

BREAKING NEWS

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି ।

ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ ସୁନ୍ଦରୀଖଳାର ଦୋଳଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ୨୦୧୩ ଜୁଲାଇରେ ଦୋଳଗୋବିନ୍ଦ ନିଖୋଜ ହୋଇ ଥିଲେ । ଗିରଫ ଅଭିଯୁକ୍ତ ମାନେ ଦୋଳଗୋବିନ୍ଦଙ୍କୁ ସେମାନଙ୍କ ଛେଳି ଚୋରି ପାଇଁ ସନ୍ଦେହ କରୁଥିଲେ ।

ପରେ ଅଭିଯୁକ୍ତ ଦୋଳଗୋବିନ୍ଦଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଜାଳି ଦେଇ ପୋତି ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କ କହିବା ଅନୁସାରେ, ମାଟି ଖୋଳି କଙ୍କାଳ ଜବତ କରି ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଇଛି ।

Comments are closed.