Latest Odisha News

BREAKING NEWS

ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ନିମ୍ବ ପତ୍ର  ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା  । ନିମ୍ବ ପତ୍ରରେ ଅନେକ ଓୗଷଧିୟ ଗୁଣ ରହିଛି  । ଯାହା ଆମ ରକ୍ତକୁ ପରିଷ୍କାର ରଖିଥାଏ  । ଏହା ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ । ହଜମ ପ୍ରକ୍ରିୟାକୁ ସଠିକ୍ କରିଥାଏ  ।

ମଧୁମେହ ରୋଗୀ ପ୍ରତିଦିନ ନିମ୍ବା ପତ୍ର ଖାଇବା ଦ୍ବାରା ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ । ପ୍ରତିଦିନ ସକାଳେ ଆପଣ ନିମ୍ବପତ୍ରକୁ ପାଣିରେ ସିଜାଇ ତାର ପାଣିକୁ ପିଇଲେ ପେଟରେ ଅମ୍ଲ ଦୋଷ ଦୂର ହୋଇଥାଏ  ।  ଯେହେତୁ ନିମ୍ବ ପତ୍ରରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ । ଏହାକୁ ଖାଇବା ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ଘଟେ  ।  ଏହା କେଶ ପାଇଁ ମଧ୍ୟ ବେଶ ଉପଯୋଗୀ । ନିମ୍ବପତ୍ରକୁ ସିଝାନ୍ତୁ ,  ସେହି ପାଣି ଦ୍ୱାରା କେଶ ଧୋଇଲେ କେଶ ମୂଳ ମଜବୁତ୍ ହେବା ସହ ରୂପି ସମସ୍ୟା ଦୂର ହୋଇଥାଏ  ।

Leave A Reply

Your email address will not be published.