Latest Odisha News

BREAKING NEWS

ବଚନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଯାହା ଦ୍ୱାରା ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଜଣାଯାଏ, ତାହାକୁ ବଚନ କୁହାଯାଏ । ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ । ଏହା ଦୁଇ ପ୍ରକାରର – ଏକବଚନ ଓ ବହୁବଚନ । ଯେଉଁ ବିଶେଷ ବା ସର୍ବନାମ ପଦରୁ ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଗୋଟିଏ ବା ଏକ ବୋଲି ବୁଝାପଡ଼େ, ତାହାର ଏକବଚନ ହୁଏ । ଯେମିତିକି- ମୁଁ, ସେ, ତୁମେ,ବହି, କଲମ, ଝିଅ, ନଈ । ସେହିପରି ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବ୍ୟକ୍ତି ବା ବସ୍ତୁର ସଂଖ୍ୟା ଗୋଟିଏ ବା ଏକରୁ ଅଧିକ ବୋଲି ବୁଝାପଡ଼େ ତାହାର ବହୁବଚନ ହୋଇଥାଏ । ଯେମିତିକି-ସେମାନେ, ତୁମେମାନେ, ଆମେମାନେ,
ବହିଗୁଡ଼ିକ, କଲମଗୁଡ଼ିକ, ଝିଅମାନେ, ନଈଗୁଡ଼ିକ । ପଦର ଏକତ୍ୱ ବା ବହୁତ୍ୱ ଅର୍ଥରେ ବଚନର ବ୍ୟବହାର ହୁଏ ।

ଏକବଚନ ବହୁବଚନ

ଲୋକ ଲୋକମାନେ, ଲୋକେ
ବାଳକ ବାଳକମାନେ
ପିଲା ପିଲାମାନେ, ପିଲାଏ
ଫୁଲ ଫୁଲଗୁଡ଼ିକ
ଛାତ୍ର ଛାତ୍ରମାନେ
ଫଳ ଫଳଗୁଡ଼ିକ
ସେ ସେମାନେ
ବହି ବହିଗୁଡ଼ିକ
କଲମ କଲମଗୁଡ଼ିକ
ଖାତା ଖାତାଗୁଡ଼ିକ
(ବହୁବଚନ ସୂଚକ ପ୍ରତ୍ୟୟଗୁଡ଼ିକ ହେଉଛି – ଏ, ମାନେ, ସବୁ, ଗଣ, ବୃନ୍ଦ, ସମସ୍ତ, ସମଗ୍ର, ସକଳ, ସମୂହ, ତଳ, ଗୁଡ଼ିଏ, ଗୁଡ଼ାଏ ସେହିପରି ଟି, ଟାଏଟା ଏକବଚନ ସୂଚକ)

କ) ଏକବଚନ – ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବା ଏକ ବୋଲି ଜଣାଯାଏ ତାହାର ଏକବଚନ ହୋଇଥାଏ ।

ଯେମିତିକି – ମୁଁ
ତୁମେ
ସେ
ବହି
ଗଛ
ଘର

ଖ) ବହୁବଚନ – ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକାଧିକ ବା ବହୁତ ବୋଲି ଜଣାଯାଏ, ତାହାର ବହୁବଚନ ହୋଇଥାଏ ।

ଯେମିତିକା- ସୋମନେ
ତୁମେମାନେ
ଆମେମାନେ
ବହିସବୁ
ଗଛଗୁଡ଼ିକ
ଘରଗୁଡ଼ିକ

ଏକବଚନ ପାଇଁ ସାଧାରଣତଃ ଶବ୍ଦରେ କିଛି ଚିହ୍ନ ଦିଆଯାଇ ନଥାଏ । ଯେମିତିକି- ବହି, ଘର, ଗଛ, ପିଲା, ବାଳିକା, ବିଦ୍ୟାଳୟ, ଫୁଲ, ଚଢ଼େଇ । ତେବେ ଆମେମାନେ

ବୁଝିବାକୁ ସହଜ ହେବାପାଇଁ ଟା, ଟି, ଟିଏ, ଗୋଟିଏ, ଖଣ୍ଡେ, ଖଣ୍ଡିଏ ଏମିତି ସବୁ ଏକବଚନ ଚିହ୍ନ ଯୋଗ କରାଯାଇଥାଏ । ଯେମିତିକି –

ପିଲାଟା ଭଲ
କଥାଟେ କୁହ
ଗୋଟାଏ ଡଜନ
ଘର ଖଣ୍ଡିଏ
ବହି ଖଣ୍ଡେ

କିଆରୀ ଗୋଟାକ
କିଲେ ଚାଉଳ
ମୁଠେ ଭିକ

କେତେକ କ୍ଷେତ୍ରରେ ଏକବଚନରେ ‘ଏ’ ଲାଗିଥାଏ-

ଦାସେ ଆପଣେ ପଦେ କଥା
ପ୍ରଧାନେ ମାଣେ ଜମି
ସ୍ୱାଇଁଏ ଇଞ୍ଚେ ଜାଗା
ମହାପାତ୍ରେ ଟଙ୍କାଏ

ତେବେ ବହୁବଚନ ବୁଝାଯିବା ପାଇଁ ବିଶେଷ୍ୟ ପଦ ସହ ସାଧାରଣତଃ ଏ, ମାନେ, ମାନ, ଗୁଡ଼ିକ, ଗୁଡ଼ାକ ପ୍ରଭୃତି ବହୁବଚନ ଚିହ୍ନ ଯୋଗ କରାଯାଇଥାଏ । ଯେମିତିକି- ପିଲେ ଝିଅମାନେ
ବାଳକେ ଗ୍ରନ୍ଥମାନ ଲୋକେ ଅଳିଆଗୁଡ଼ାକ ସେମାନେ କଲମଗୁଡ଼ିକ ବେଳେବେଳେ ବହୁତ୍ୱ ବୁଝାଉଥିବା ବିଶେଷ୍ୟପଦ ଏକବଚନ ବିଶେଷ୍ୟ ପଦର ପୂର୍ବରେ ରହି ବ୍ୟବହାର ହେଲେ ତାହା ବହୁବଚନକୁ ବୁଝାଇଥାଏ ।

କାନ୍ଧିକାନ୍ଧି କଦଳୀ ଦଳଦଳ ଶ୍ରମିକ ପେନ୍ଥାପେନ୍ଥା ଫୁଲ ମାଳମାଳ ମେଘ ପଲପଲ ଗୋରୁ ବୋଝବୋଝ ଆମ୍ବ ହଜାରହଜାର ଭକ୍ତ ଡେଙ୍ଗାଡେଙ୍ଗା ଗଛ କେତେକ କ୍ଷେତ୍ରରେ ଦଳ, ଶ୍ରେଣୀ, ବର୍ଗ, ବୃନ୍ଦ, ପଲ, ଗଣ, ମାଳା, ରାଶି, ମଣ୍ଡଳୀ, ସମାଜ, ସମୂହ ପ୍ରଭୃତି ସମୂହବାଚକ ଶବ୍ଦ ଏକବଚନ ଶବ୍ଦରେ ଯୋଡ଼ିହୋଇ ବହୁବଚନକୁ ବୁଝାଇଥାଏ । ଯେମିତିକି – ପଙ୍ଗପାଳଦଳ ବିଲୁଆପଲ
ପଛୁଆବର୍ଗ ଜନଗଣ କବିବୃନ୍ଦ ଧନରାଶି ଉକ୍ତସମାଜ ବିଦ୍ୱାନମଣ୍ଡଳୀ ପର୍ବତଶ୍ରେଣୀ ଜନସମୂହ ବସ୍ତୁବାଚକ ବିଶେଷପଦ ସଂଖ୍ୟା ବୁଝାଉ ନଥିବାରୁ ତାହାର ବହୁବଚନ ହୋଇନଥାଏ । ଯେମିତିକି- ସୁନା ଚାଉଳ ପଥର ବାଲ ରୁପା ତେଲ ଜଳ ମାଟି ଲୁହା ତମ୍ବା ଗୋଡ଼ି କାଠ ତେବେ ଏହାକୁ ବସ୍ତୁବାଚକ ବିଶେଷ୍ୟ ସଂଖ୍ୟାସୂଚକ ହେଲେ ତାହାର ବହୁବଚନ ହେବାରେ ଅସୁବିଧା ହୋଇ ନ ଥାଏ ।

ଯେମିତିକି- ଦୁଇଭରି ସୁନା ଶଗଡ଼େ କାଠ ଚାରିଲିଟର ତେଲ ତିନିଟ୍ରକ୍ ଗାଡ଼ି ଏକକିଲୋ ଲୁହା ପାଞ୍ଚଝୁଡ଼ି ମାଟି ଅଢ଼େଇକେଜି ଚାଉଳ ଚିରନ୍ତନ ସତ୍ୟ ବା ନିତ୍ୟ ସ୍ୱଭାବ ବୁଝାଉଥିବା ଜାତିବାଚକ

ବିଶେଷ୍ୟ ଏକବଚନ ହୋଇଥିଲେ ବି ବହୁବଚନ ଅର୍ଥ ପ୍ରକାଶ କରିଥାଏ । ଯେମିତିକି –

ମନୁଷ୍ୟ ମରଣଶୀଳ ।
କୁକୁର ବିଶ୍ୱସ୍ତ ଜୀବ ।
ମାଛ ପାଣିରେ ରହେ ।
ଗାଈ ଗୃହପାଳିତ ପଶୁ ।
ବିଲେଇ ଉପକାରୀ ପ୍ରାଣୀ ।

ଅନେକ ସମୟରେ ଆମେ ଅଜ୍ଞାନତାବଶତଃ ଗୋଟିଏ ପଦକୁ ବହୁବଚନ କରିବାପାଇଁ ଦୁଇଟି ବହୁବଚନ ସୂଚକ ଶବ୍ଦ ବ୍ୟବହାର କରିଥାଉ । ଏହା ଭୁଲ୍ । ଯେମିତିକି-
କ) ଅନେକ ଶ୍ରମିକ ମାନେ ।

ଏହାର ଠିକ୍ ପ୍ରୟୋଗ ହେଉଛି- ଅନେକ ଶ୍ରମିକଖ) ବହୁତ ପୋଷାକ ଗୁଡ଼ିକ । ଏହାର ଠିକ୍ ପ୍ରୟୋଗ – ବହୁତ ପୋଷାକ / ପୋଷାକ ଗୁଡ଼ିକ ।
ଗ) ଅଧିକାଂଶ କୃଷକ ମାନଙ୍କର । ଏହାର ଠିକ୍ ପ୍ରୟୋଗ – ଅଧିକାଂଶ କୃଷକଙ୍କ ।

ଘ) ସମସ୍ତ ବନ୍ଧୁବର୍ଗ । ଏହାର ଠିକ୍ ପ୍ରୟୋଗ – ସମସ୍ତ ବନ୍ଧୁ ।
ଙ) ବହୁଜନ ଗଣ । ଏହାର ଠିକ୍ ପ୍ରୟୋଗ – ଜନଗଣ ।

Leave A Reply

Your email address will not be published.