Latest Odisha News

BREAKING NEWS

ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ସ୍ମୃତି ପଣ୍ଡା

ବ୍ରହ୍ମପୁର : ଜାତୀୟ ସ୍ତରର ପ୍ରତିଯୋଗିତା ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦- ୧ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ବ୍ରହ୍ମପୁରର ସ୍ମୃତି ପଣ୍ଡା ।

କୋରନା ପାଇଁ ଅନ୍ ଲାଇନ୍ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଭାରତରୁ ୨୫ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ସ୍ମୃତି ପ୍ରତିଯୋଗିତାର ପ୍ରତିଟି ରାଉଣ୍ଡରେ ନିଜର ଦକ୍ଷତା ଦେଖାଇ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଛନ୍ତି । ଗୋଶାଣି ନୂଆଗାଁ ବାସିନ୍ଦା ସ୍ମତିଙ୍କ ଏହି ଯାତ୍ରା ପାଇଁ ତାଙ୍କ ସାଙ୍ଗସାଥୀ, ସମ୍ପର୍କୀୟ ତଥା ପରିବାର ଲୋକେ ବେଶ୍ ଖୁସି ଅଛନ୍ତି ।

ଏହି ପ୍ରତିଯୋଗିତାରେ ଗତ ଡିସେମ୍ବର ୨ ତାରିଖରେ ପ୍ରଥମେ ଅନ୍ ଲାଇନ୍ ଅଡିସନ୍ ଦୋଇଥିଲା । ଏଥିରେ ମୋଟ ୩୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ଏହାର ଫାଇନାଲ ଅନୁଷ୍ଠିତ ହେବ ।

Leave A Reply

Your email address will not be published.