Latest Odisha News

BREAKING NEWS

ମାଛଧରା ଜାଲରୁ ଅଜଗର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ପୁରୀ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ଯାଇଥିବା ରତ୍ନ ଚୀରା ନଦୀରୁ ଅଜଗର ସାପ ଉଦ୍ଧାର ହୋଇଛି । ଲୋକେ ବସେଇ ଥିବା ମାଛ ଜାଲରେ ଗତ ରାତିରୁ ଏକ ଅଜଗର ସାପ ଫସି ଯାଇଥିଲା । ସକାଳୁ ମାଛ ଜାଲରେ ଅଜଗର ପଡ଼ି ଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ।

ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଅଜଗର ସାପଟି ଏକ ବର୍ମିଜ୍ ପାଇଥନ୍ ବୋଲି ସୁଶାନ୍ତ ଚିହ୍ନଟ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସାପ ଦେହରେ ଗୁଡେ଼ଇ ହୋଇଥିବା ଜାଲକୁ କାଟି ସାପକୁ ବନ୍ଧନ ମୁକ୍ତ କରିଥିଲା ସ୍ନେକ୍ ହେଲ୍ପ ଲାଇନ ଟିମ୍ । ସାପ ଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇ ନାହିଁ ।

ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡିଆ ବା ପାଣି ଯୋର ମାନଙ୍କରେ ବାସ କରନ୍ତି । ସେମାନଙ୍କୁ ତାଙ୍କରି ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ିବାକୁ ହେବ । ଏଣୁ, ଦିନ ବେଳା ଲୋକଙ୍କ ଚଳ ପ୍ରଚଳ ହେତୁ ନିକଟସ୍ଥ ନଦୀ ନାଳ ମାନଙ୍କରେ ଛାଡ଼ିବା ସମ୍ଭବପର ନୁହେଁ । ସନ୍ଧ୍ୟା ହେବା ପରେ ସାପଟିକୁ ବନ ବିଭାଗ ଉପସ୍ଥିତିରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Comments are closed.