Latest Odisha News

BREAKING NEWS

ସାମାନ୍ୟ ସଫଳତାରେ ବିଗିଡି ଯାଇଥିଲେ ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଅଭିଷେକ ଶର୍ମା ଏବଂ ଖୁବ କମ ଦିନରେ ଟି୨୦ ଷ୍ଟାର ସାଜିଛନ୍ତି । ଯୁବରାଜ ସିଂଙ୍କ ଶିଷ୍ୟ ଭାବେ ମଧ୍ୟ ତାଙ୍କର ଏକ ପରିଚୟ ସୃଷ୍ଟି ହୋଇଛି । କ୍ରିକେଟରେ ସାମାନ୍ୟ ସଫଳତା ହାସଲ କରିବା ପରେ ଅଭିଷେକ ବିଗିଡି ଯାଇଥିଲେ । ସେ ପାର୍ଟି ବୟ ସାଜିଥିଲେ । ରାତି ରାତି ଧରି ପାର୍ଟି କରିବା ଏବଂ ଝିଅଙ୍କ ସହ ଡେଟ କରିବା ତାଙ୍କର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ଯୁବରାଜଙ୍କ ପିତା ଯୋଗରାଜ ସିଂ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ଅଭିଷେକଙ୍କ ବାପା ରାଜକୁମାର ଶର୍ମା ଜଣେ ଭଲ କୋଚ ଥିଲେ । ସେ ତାଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ତେବେ ଅଭିଷେକ ଆଉ ତାଙ୍କ କଥା ଶୁଣି ନ ଥିଲେ ।

ଏହା ପରେ ଯୁବରାଜଙ୍କ ଏଂଟ୍ରି ହୋଇଥିଲା । ସେ ଅଭିଷେକଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ହାତ ମୁଠାକୁ ନେଇଥିଲେ । ନିଜେ କିପରି ପଥଭ୍ରଷ୍ଟ ହୋଇ ପଡିଥିଲେ ତାର ଉଦାହରଣ ମଧ୍ୟ ଦେଇଥିଲେ । ସେ ଅଭିଷେକଙ୍କୁ ବୁଝାଇ ଏବଂ ଗାଳି ଦେଇ ସମସ୍ତ ଖରାପ ଅଭ୍ୟାସ ଛଡେଇଥିଲେ । ରାତି ୯ଟା ପରେ ସେ ଘରକୁ ଆସି ନ ଥିଲେ ଯୁବରାଜ ତାଙ୍କ ଖବର ନେଉଥିଲେ । ଉଭୟଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ଅଭିଷେକ ସମସ୍ତ କଥା ଯୁବରାଜଙ୍କୁ ପଚାରି କରୁଥିଲେ । ଚଳିତ ଆଇପିଏଲରେ ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି । ସେ ୭ଟି ମ୍ୟାଚରେ ୨୩୨ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ସାମିଲ । ଅଭିଷେକଙ୍କ ପ୍ରତ୍ୟେକ ଇନିଂସ ଉପରେ ଯୁବି ନଜର ରଖିଥାନ୍ତି । ଅଭିଷେକ ଆନ୍ତର୍ଜାତୀୟସ୍ତରରେ ଷ୍ଟାର ଖେଳାଳି ଭାବେ ଗଢ଼ିତୋଳିବା ଯୁବିଙ୍କ ସ୍ୱପ୍ନ ବୋଲି ଯୋଗରାଜ କହିଛନ୍ତି ।

Comments are closed.